ଓଡ଼ିଶାଲାଇଭ ବ୍ୟୁରୋ

ସ୍ତ୍ରୀକୁ ଅତି ଜଘନ୍ୟ ଭାବେ ହତ୍ୟା କଲା ସ୍ୱାମୀ। କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅନ୍ତର୍ଗତ ଚିକାମ୍ବ ପଞ୍ଚାୟତରେ ଥିବା ବାଗ୍ରି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସୋମବାର ରାତିରେ ବାଗ୍ରି ଗାଁର ପରମା ବାଘ ଓ ତାଙ୍କ ସ୍ତ୍ରୀ ଚମ୍ପାବତୀ ବାଘଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ସେଥିରେ ପରମା ଉତ୍ୟକ୍ତ ହୋଇ ଚମ୍ପାବତୀକୁ ହତ୍ୟା କରିଥିବା ପୋଲିସ ନିକଟରେ ଅଭିଯୋଗ ହୋଇଛି।

ଦସମନ୍ତପୁର ପୋଲିସ ପହଞ୍ଚି ଏକ ଜଙ୍ଗଲରୁ ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ସ୍ତ୍ରୀକୁ ହତ୍ୟା କରିବା ପରେ ଶବକୁ ପରମା ଜଙ୍ଗଲରେ ଛାଡ଼ି ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପରମା ଓ ଚମ୍ପାବତୀଙ୍କର ୩ ଟି ପୁଅ ୨ଟି ଝିଅ ଅଛନ୍ତି।

Comment