ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ୍ ହ୍ୟାଣ୍ଡସମ୍ ହଙ୍କ୍‌ ହ୍ରିତିକ ରୋଶନଙ୍କ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ‘ସୁପର-୩୦’କୁ ବହାରରେ ଟ୍ୟାକ୍ସ ଫ୍ରି ଘୋଷଣା କରାଯାଇଛି। ଫିଲ୍ମ ‘ସୁପର-୩୦’ ବିହାରର ସୁନାମଧନ୍ୟ ଗଣିତ ଶିକ୍ଷକ ଆନନ୍ଦ କୁମାରଙ୍କ ଆତ୍ମଜିବନୀ ଉପରେ ଅଧାରିତ। ଏହାକୁ ଦୃଷ୍ଟିରେ ରଖି ବିହାର ସରକାର ‘ସୁପର-୩୦’କୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି। ଫଳରେ ବିହାରରେ ଦର୍ଶକମାନେ ଶସ୍ତାରେ ଏହି ଫିଲ୍ମ ଦେଖିପାରିବେ।

୨ ବର୍ଷ ବ୍ୟବଧାନରେ ସିଲଭର ସ୍କ୍ରିନକୁ ଫେରିଥିବା ହ୍ରିତିକ ରୋଶନ ଫିଲ୍ମ ‘ସୁପର-୩୦’ରେ ଜବରଦସ୍ତ ଅଭିନୟ କରିଛନ୍ତି। ହ୍ରିତିକଙ୍କ ଅଭିନୟ ବିଭିନ୍ନ ମହଲରେ ପ୍ରଶଂସା ସାଉଁଟୁଥିବା ବେଳେ ଫିଲ୍ମ ‘ସୁପର-୩୦’ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି।

ରିଲିଜ୍‌ ହେବାର ପ୍ରଥମ ଚାରି ଦିନ ଭିତରେ ଫିଲ୍ମ ‘ସୁପର-୩୦’ପ୍ରାୟ ୬୦ କୋଟି ଟଙ୍କାର ବ୍ୟବସାୟ କରିଛି। ପ୍ରଥମ ଦିନରେ ୧୨ କୋଟି ଟଙ୍କାର ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ୧୮ କୋଟି, ତୃତୀୟ ଦିନରେ ୨୦.୭୪ କୋଟି, ସୋମବାର ଦିନ ୧୦ କୋଟି ଟଙ୍କା ଆୟ କରିଛି। ଏହି ଫିଲ୍ମକୁ ବିକାଶ ବହଲ ନିର୍ଦ୍ଦେଶନା ଦେଇଛନ୍ତିା

Comment