ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ବିଧାନସଭାରେ ଉଠିଲା ସାମ୍ବାଦିକଙ୍କୁ ଚାପୁଡ଼ା ମାରିବା ପ୍ରସଙ୍ଗ। ଏନେଇ ବିଧାନସଭାରେ ବିରୋଧୀ ଦଳ ନେତାମାନେ ଏସ୍‌ପି ନୀତି ଶେଖରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଗୃହରେ ଶୂନ୍ୟକାଳ ଚାଲିଥିବା ବେଳେ ବିରୋଧୀମାନେ ଗୃହ ମଧ୍ୟ ଭାଗକୁ ଆସି ସାମ୍ବାଦିକଙ୍କୁ ଚାପଚଡ଼ା ମାରିବା ପ୍ରସଙ୍ଗ ଉଠାଇଥିଲେ। ବାଚସ୍ପତିଙ୍କ ରୁଲିଂ ଦାବି କରି ବିରୋଧୀ ହୋହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ୧୫ ମିନିଟ୍ ପାଇଁ ମୁଲତବୀ ମଧ୍ୟ ରଖିଥିଲେ।

ପାଟକୁରା ଉପ-ନିର୍ବାଚନ ପାଇଁ ପ୍ରଚାର କରିବାକୁ ମୁଖ୍ୟମନ୍ତ୍ରୀ ବୁଧବାର କେନ୍ଦ୍ରାପଡ଼ା ଗସ୍ତରେ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଖବର ସଂଗ୍ରହ କରିବା ପାଇଁ ଜଣେ ସାମ୍ବାଦିକ ଭୁବନେଶ୍ୱରରୁ କେନ୍ଦ୍ରାପଡ଼ା ଯାଇଥିଲେ। ମୁଖ୍ୟମନ୍ତ୍ରୀ ହେଲିପ୍ୟାଡ୍‌ରୁ ଓହ୍ଲାଇବା ବେଳେ ସାମ୍ବାଦିକ ଜଣକ ଭିଡିଓ କରିବାକୁ ଚାହିଁଥିଲେ। କିନ୍ତୁ କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର ରାଗିଯାଇ ସର୍ବସାଧାରଣ ସ୍ଥାନରେ ହାତ ଉଠାଇଥିଲେ।

Comment