ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଶେଷ ହେଉନି କର୍ଣ୍ଣାଟକ ନାଟକ। ଏଠି ଘଡ଼ିକେ ଘୋଡ଼ା ଛୁଟୁଛି। ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ୱାମୀଙ୍କୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ପାଇଁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରୁନି। ଗୁରୁବାର ଭଳି ଶୁକ୍ରବାର ମଧ୍ୟ ବାଚସ୍ପତି ଗୃହ ମୁଲତବି କରିଦେବାରୁ ଆସ୍ଥା ଭୋଟ ହୋଇପାରିନି।

୨୨ ତାରିଖ ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି। ଫଳରେ କୁମାରସ୍ୱାମୀ ୨୨ ତାରିଖରେ ଆସ୍ଥା ଭୋଟ ଦେବେ।

କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରର ୧୪ ଜଣ ବିଧାୟକ ଇସ୍ତଫା ଦେବା ପରେ କୁମାରସ୍ୱାମୀ ସରକାର ସଙ୍କଟରେ ପଡ଼ିଥିଲେ। କୁମାରସ୍ୱାମୀ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ପାଇଁ ୧୮ ତାରିଖକୁ ଦିନ ଧାର୍ଯ୍ୟ କରିଥିଲେ ବାଚସ୍ପତି। ୧୮ ତାରିଖରେ ଆସ୍ଥା ଭୋଟ ପାଇଁ ପ୍ରକ୍ରିୟା ଆରମ୍ଭ ହେଲା। କିନ୍ତୁ ଭୋଟିଂ ହୋଇପାରିଲାନି।

୧୮ ତାରିଖରେ ଆସ୍ଥା ଭୋଟ ଶେଷ କରିବାକୁ ରାଜ୍ୟପାଳ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲୋ ହେଲେ ବାଚସ୍ପତି ଗୃହ ମୁଲତବି ଘୋଷଣା କରିଥିଲେ। ଶୁକ୍ରବାର ଦିନ ୧୧ଟାରେ ପୁଣି ଆରମ୍ଭ ହୋଇଥିବା ବିଧାନସଭା। ଶୁକ୍ରବାର ଦିନ ସାଢ଼େ ୧ଟା ସୁଦ୍ଧା ଆସ୍ଥା ଭୋଟ ଶେଷ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ। କୁମାରସ୍ୱାମୀ ଲମ୍ବା ସମୟ ଧରି ଭାଷଣ ଦେବାରୁ ଆସ୍ଥା ଭୋଟ ନିର୍ଦ୍ଧାରିତ ସମୟ ଭିତରେ ହୋଇପାରି ନଥିଲା।

ଶେଷରେ ରାଜ୍ୟପାଳ ସନ୍ଧ୍ୟା ୬ଟାକୁ ଡେଡ୍‌ ଲାଇନ ଦେଇଥିଲେ। ଆସ୍ଥା ଭୋଟ ନକରାଇ ବାଚସ୍ପତି ଗୃହ ମୁଲତବି ଘୋଷଣା କରିଛନ୍ତି।

Comment