ଓଡ଼ିଶାଲାଇଭ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ଉଦଳା ମେଡିକାଲରେ ଡାକ୍ତରଙ୍କୁ ମାଡ଼ ଘଟଣା ଆନ୍ଦୋଳନର ରୂପ ନେଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଆଉଟଡୋର ଆଗରେ ଡାକ୍ତରଙ୍କ ସମେତ ମେଡିକାଲ କର୍ମଚାରୀ ଧାରଣା ଦେଇଛନ୍ତି। ଫଳରେ ଆଉଟଡୋର ସମ୍ପୂର୍ଣ୍ଣ ବନ୍ଦ ରହିବା ସହିତ ରୋଗୀସେବା ବାଧାପ୍ରାପ୍ତ ହୋଇଛି।

ଶନିବାର ରାତିରେ ୩ ଜଣ ଯୁବକ ଦୁର୍ଘଟଣା ପରେ ଡାକ୍ତରଖାନାକୁ ଆସିଥିଲେ। ହେଲେ ଚିକିତ୍ସାବେଳେ ଡାକ୍ତର ନାଁ ପଚାରିବାରୁ ସେମାନେ ହଠାତ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଡାକ୍ତରଖାନରେ ଥିବ. ସିକ୍ୟୁରିଟି ଗାର୍ଡ ମଧ୍ୟ ଏଥିରୁ ବାଦ ପଡ଼ିନଥିଲେ।

୩ ଯୁବକ ମାଡ଼ ମାରିବା ପରେ ମେଡିକାଲରେ ଆସବାବ ପତ୍ର ମଧ୍ୟ ଭଙ୍ଗରୁଜା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।

Comment