ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ଵରରେ ସୋମବାର ବୋଲବମ୍‌ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଶ୍ରାବଣ ମାସର ପ୍ରଥମ ସୋମବାର ଭାବେ ଆଜି କାଉଡ଼ିଆମାନେ ମହାଦେବଙ୍କ ଉପରେ ପାଣି ଢାଳିଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତମାନେ କାନ୍ଧରେ କାଉଡି ଧରି ଗୁପ୍ତେଶ୍ଵର ପୀଠରେ ପହଞ୍ଚିଥିଲେ।

ରବିବାର ମଧ୍ୟରାତ୍ରୀରୁ ହାତରେ କାଉଡ଼ି ଧରି ଭକ୍ତମାନେ ଲମ୍ବା ଲାଇନରେ ଠିଆ ହୋଇଥିବା ବେଳେ ଅପରାହ୍‌ଣ ୪ଟା ଯାଏଁ ମନ୍ଦରରେ ଭିଡ଼ ଲାଗିରହିଥିଲା। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖିଲେ ଭକ୍ତମାନଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିବା ଭକ୍ତମାନେ ଅଭିଯୋଗ କରିଛନ୍ତି। ପ୍ରଶାସନର ଏଭଳି ଅବ୍ୟବସ୍ଥାରେ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Comment