ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ମନ୍ତ୍ରୀ ଓ ବିଧାୟକମାନେ ବିଧାନସଭାରେ ମୋବାଇଲ୍ ବ୍ୟବହାର କରିପାରିବେ ନାହିଁ। ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କଡ଼ା ରୁଲିଂ କରିଛନ୍ତି। ଏଣିକି ବିଧାନସଭା ଗୃହକୁ ମୋବାଇଲ ବନ୍ଦ କରି ଯିବେ ବିଧାୟକ ଓ ମନ୍ତ୍ରୀ।

ଯଦି ବିଧାନସଭା ଗୃହ ଭିତରେ ବିଧାୟକ ଓ ମନ୍ତ୍ରୀ ମୋବାଇଲ୍ ବ୍ୟବହାର କରୁଥିବେ ବା ମୋବାଇଲ ଫୋନ୍ ରିଙ୍ଗ୍‌ ହୁଏ, ତେବେ ତାଙ୍କ ଫୋନ୍ ସିଜ୍ କରିଦିଆଯିବ ବୋଲି କହିଛନ୍ତି ବାଚସ୍ପତି।

ବାଚସ୍ପତିଙ୍କ କହିବାନୁସାରେ ବିଧାନସଭାକୁ ମୋବାଇଲ ଆଣିବାକୁ ବାରମ୍ବାର ରୋକ୍ ଲଗାଯାଉଛି। ହେଲେ ଏହାକୁ କଡ଼ାକଡ଼ି ଭାବେ କୌଣସି ସଦସ୍ୟ ପାଳନ କରୁ ନାହାନ୍ତି।

ଗୃହରେ ଅନେକ ସମୟରେ ମୋବାଇଲ ବାଜିବାରୁ ଗୃହ କାଯ୍ୟର୍ରେ ବାଧା ଉପୁଜୁଛି। ସେଥିପାଇଁ ବିଧାନସଭାରେ ମୋବାଇଲର ବ୍ୟବହାର ଏବଂ ମୋବାଇଲ ସୁଇଜ ଅଫ ନ କଲେ ମୋବାଇଲକୁ ସିଜ୍ କରିଦିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

Comment