ଓଡ଼ିଶାଲାଇଭ୍ ବ୍ୟୁରୋ

ଅଧାରେ ପଡ଼ିଛି ନବରଙ୍ଗପୁର ଦଳେଇଗୁଣ୍ଡାଠାରୁ ପଣ୍ଡିଗୋଟ୍ ପର୍ଯ୍ୟନ୍ତ ରାସ୍ତା। ବର୍ଷା ହେଲେ ଅବସ୍ଥା ବେହାଲ।

ନବରଙ୍ଗପୁର ଗ୍ରାମ୍ୟ ନିର୍ମାଣ ବିଭାଜନ ୧ ଅଧୀନରେ ରହିଥିବା ଦଳେଇଗୁଡ଼ାଠାରୁ ପଣ୍ଡିକୋଟ ପର୍ଯ୍ୟନ୍ତ ରାସ୍ତାରେ ଲୋକମାନେ ଯାତାୟତ କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା କାମ ସମୟରେ ମୋରମ ପରିବର୍ତ୍ତେ ମାଟି ପକାଯାଇ ଥିବାରୁ ସାମାନ୍ୟ ବର୍ଷା ହେଲେ ରାସ୍ତାରେ କାଦୁଅ ଭରି ଯାଉଛି। ଫଳରେ ଲୋକଙ୍କ ଯାତାୟତ ସହ ଯାନବାହନ କିମ୍ବା ଆମ୍ବୁଲାନ୍ସ ଯାଇ ପାରୁନାହିଁ।

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା କାମ ଆରମ୍ଭ ହୋଇଛି। କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର ସମୟ ମଧ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ୩ ମାସରୁ ଅଧିକ ହେଲାଣି କାମ ଶେଷ ହୋଇ ନାହିଁ।

୨୦୧୮ ମେ ୧୪ ତାରିଖରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୯ ଏପ୍ରିଲ ୧୪ ତାରିଖରେ ରାସ୍ତାକାମ ଶେଷ ହୋଇଥା’ନ୍ତା। ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭରେ ମେଟେଲ ମୋରମ ପକାଇବାକୁ ନିୟମ ରହିଥିଲେ ହେଁ ସେଥିରେ ପକାଯାଇଛି ମାଟି। ଏହାଦ୍ୱାରା ରାସ୍ତାରେ ଲୋକମାନେ ଯିବା ଆସିବା କରି ପାରୁନାହାନ୍ତି। ପଣ୍ଡିକୋଟ ପଞ୍ଚାୟତ ସଦର ମହକୁମାକୁ ଯିବାପାଇଁ ଦଳେଇଗୁଡ଼ା, ମିରିଗୁଡ଼ା, ଖଡୁଗୁଡା, ଲବଣ୍ୟଗୁଡ଼ା ଓ ଚନ୍ଦନା ପାଲା ଗାଁର ଲୋକମାନେ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି।

ଏହି ରାସ୍ତା ବର୍ତ୍ତମାନ ପାଦଚଲା ରାସ୍ତା ଭାବେ ବି ବ୍ୟବହାର ହୋଇପାରୁନାହିଁ। ଲୋକମାନେ ଡାକ୍ତରଖାନା ଯିବାପାଇଁ ହେଲେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଛାତ୍ରଛାତ୍ରୀମାନେ ସ୍କୁଲ କଲେଜ ଯିବା ଆସିବା ପାଇଁ ବହୁତ ଅସୁବିଧା ହେଉଛି।

Comment