ଓଡ଼ିଶାଲାଇଭ ବ୍ୟୁରୋ

ପ୍ରାୟ ୪ ଘଣ୍ଟା ଅପରେସନ ପରେ ଟ୍ରେନରୁ ଉଦ୍ଧାର ହେଲେ ୭୦୦ ଯାତ୍ରୀ। ମହାରାଷ୍ଟ୍ରର ବଦଲାପୁର ଓ ଓ୍ୱାନଗାନ ରାସ୍ତା ମଝିରେ ଅଟକି ରହିଥିବା ମହଲକ୍ଷ୍ମୀ ଏକ୍ସପ୍ରେସରୁ ଯାତ୍ରୀଙ୍କୁ ଏନଡିଆରଏଫ୍ ଟିମ୍, ନୌସେନା ସୁରକ୍ଷିତ ଉଦ୍ଧାର କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ସେଣ୍ଟ୍ରାଲ ରେଲଓ୍ୱେର ମୁଖ୍ୟ ଜନସଂପର୍କ ଅଧିକାରୀ।

୭ଟି ନୌସେନା ଟିମ୍, ବାୟୁସେନାର ୨ ଟି ହେଲିକଫ୍ଟର, ଏନଡିଆରଏଫ୍ର ୪ଟି ଟିମ ଉଦ୍ଧାରକାର୍ଯ୍ୟରେ ଲାଗିଥିଲେ। ଯୁଦ୍ଧକାଳୀନ ଭିତରେ ଯାତ୍ରୀଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ପହଞ୍ଚାଇଛି ଉଦ୍ଧାରକାରୀ ଟିମ।

ଗତକାଲି ରାତିରୁ ମହାଲକ୍ଷ୍ମୀ ଏକ୍ସପ୍ରେସ ଟ୍ରାକରେ ଅଟକିଥିଲା। ଲଗାଣ ବର୍ଷା ଯୋଗୁଁ ଟ୍ରାକରେ ପାଣି ଜମି ଯିବାରୁ ଟ୍ରେନ ଆଗକୁ ଚାଲି ପାରନଥିଲା। ଫଳରେ ୧୫ ଘଣ୍ଟା କାଳ ଟ୍ରେନଟି ଜଳଘେରରେ ଥିଲା।

Comment