ଓଡ଼ିଶାଲାଇଭ ବ୍ୟୁରୋ

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ୩ଟିକିଆ ସିରିଜରେ ଭାରତ ୨ଟିରେ ବିଜୟୀ ହୋଇ ୨-୦ରେ ଆଗୁଆ ରହି ସିରିଜ କବଜା କରିସାରିଛି। ତେବେ ଆଜିର ମ୍ୟାଚରେ ଭାରତ ବିଜୟୀ ହୋଇ ସିରିଜ ମୂଳପୋଛ କରିବା ଲକ୍ଷ୍ୟରେ ରହିବ। ଏହି ଶେଷ ମ୍ୟାଚ ଆଜି ଓ୍ଵେଷ୍ଟଇଣ୍ଡିଜର ଗୟନାଠାରେ ଖେଳାଯିବ।

ପ୍ରଥମ ଟି-୨୦ରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିପାରିନଥିଲା। ୯୮ ରନର ବିଜୟ ଲକ୍ଷ୍ୟକୁ ସଂଘର୍ଷ କରି ୪ ଓ୍ଵିକେଟରେ ଜିତିଥିଲା। ମାତ୍ର ଦ୍ଵିତୀୟ ଟି-୨୦ରେ ଦଳ ଲୟକୁ ଫେରିଥିଲା। ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ଓ କୃନାଲ ପାଣ୍ଡ୍ୟାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଦଳକୁ ବିଜୟୀ କରାଇଥିଲା।

ସିରିଜ ଅକ୍ତିଆର କରିନେଇଥିବାରୁ ଭାରତୀୟ ଦଳ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବା ଲକ୍ଷ୍ୟର ରହିଛି। ଦୁଇଟି ମ୍ୟାଚରେ ବିଫଳ ହୋଇଥିବା ରିଶବ ପନ୍ତଙ୍କୁ ବସାଇ ଲୋକେଶ ରାହୁଲଙ୍କୁ ଖେଳାଇ ପାରନ୍ତି। ନଭଦିପ ସାଇନିଙ୍କ ସ୍ଥାନରେ ରାହୁଲ ଚହରଙ୍କୁ ନେଇପାରନ୍ତି। ସେହିପରି ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଦିପକ ଚହରଙ୍କୁ ଖେଳାଇବାର ସୁଯୋଗ ରହିଛି।

ସମ୍ଭାବ୍ୟ ଭାରତୀୟ ଏକାଦଶ

ବିରାଟ କୋହଲି(ଅଧିନାୟକ), ରିଷଭ୍‌ ପନ୍ତ(ୱିକେଟ୍ କିପର), ଶିଖର ଧାୱନ, ରୋହିତ ଶର୍ମା, ମନିଷ ପାଣ୍ଡେ, କୃଣାଳ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, ଭୁବନେଶ୍ୱର କୁମାର, ୱାସିଂଟନ୍‌ ସୁନ୍ଦର, ନଭଦୀପ ସାଇନୀ, କେ ଖଲିଲ ମହମ୍ମଦ, କେଏଲ ରାହୁଲ, ଦିପକ ଚହର, ରାହୁଲ ଚହର।

ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍ ଏକାଦଶ

ନିକୋଲାସ୍‌ ପୁରାନ୍‌(ୱିକେଟ୍‌ କିପର), କାର୍ଲୋ ବ୍ରେଥ୍‌ୱେଟ୍‌(ଅଧିନାୟକ), ଜନ୍‌ କ୍ୟାମ୍ପବେଲ୍‌, ଏଭିନ ଲୁଇସ୍‌, କିରନ ପୋଲର୍ଡ, ସିମ୍‌ରନ ହେଟ୍‌ମିର, ରୋଭମ୍ୟାନ୍‌ ପୋଏଲ୍‌, ସୁନିଲ ନାରିନ୍‌, କିମୋ ପଲ୍‌, ସେଲ୍‌ଡନ୍‌ କଟ୍ରେଲ, ଓସେନ୍‌ ଥୋମାସ।

Comment