ଓଡ଼ିଶାଲାଇଭ ବ୍ୟୁରୋ

ଜମ୍ମୁ କଶ୍ମୀରରେ ୩୭୦ ଧାରା ଉଠିବା ପରେ ବର୍ତ୍ତମାନ କଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ହୋଇଛି। ଏହାପରେ ଲଦାଖର କ୍ରିକେଟରମାନେ କାଶ୍ମୀର ପାଇଁ ଘରୋଇ କ୍ରିକେଟ ଖେଳିପାରିବେ ବୋଲି ବିସିସିଆଇ ଦାୟିତ୍ଵରେ ଥିବା ପ୍ରଶାସକ ସମିତି ମୁଖ୍ୟ ବିନୋଦ ରାଏ ପ୍ରକାଶ କରିଛନ୍ତି।

କେନ୍ଦ୍ର ସରକାର ଲଦାଖ ଓ କାଶ୍ମୀରକୁ ଅଲଗା କରି କେନ୍ଦ୍ରଶାସିତ ଅଞ୍ଚଳ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଲଦାଖ ଲାଗି କ୍ରିକେଟ ବୋର୍ଡ ଗଠନ କଥା ଚିନ୍ତା କରିନାହୁଁ। ହେଲେ ଏହି ଅଞ୍ଚଳର ଖେଳାଳିମନେ କାଶ୍ମୀର ପକ୍ଷରୁ ଖେଳିପାରିବେ ବୋଲି ବିନୋଦ ରାଏ କହିଥିଲେ।

ଲଦାଖରୁ ଆଜି ପର୍ଯ୍ୟନ୍ତ କୌଣସିବି କ୍ରିକେଟର କାଶ୍ମୀର ରଣଜୀ ଦଳରେ ଖେଳି ନାହାନ୍ତି। କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରିର ଖେଳାଳି ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ପଞ୍ଜାବ ଓ ହରିୟାଣା ପାଇଁ ଖେଳୁଛନ୍ତି। ତେବେ ୩୭୦ ଧାରା ଉଠିବା ପରେ କାଶ୍ମୀରରେ କ୍ରିକେଟ ପ୍ରଭାବିତ ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବିନୋଦ ରଏ।

Comment