ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭାରତ ସହ ସମ୍ପର୍କ କାଟିଲା ଭାରତ
  • ୧୧ଟି ଆକାଶ ମାର୍ଗରୁ ୩ଟି ମାର୍ଗ ବନ୍ଦ କଲା ପାକ୍

ଜମ୍ମୁ କଶ୍ମୀରରୁ ଭାରତ ସରକାର ଧାରା ୩୭୦ ଉଛେଦ କରିବା ପରେ ପାକିସ୍ତାନ କୂଟନୈତିକ ଗେମ୍‌ ଖେଳିଛି। ପାକିସ୍ତାନ ଆଂଶିକ ଭାବେ ଭାରତ-ପାକ୍ ମଧ୍ୟରେ ଥିବା ଆକାଶ ମାର୍ଗକୁ ବନ୍ଦ କରିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ୧୧ ରୁଟ୍ ମଧ୍ୟରୁ ୩ଟି ରୁଟ୍‌କୁ ବନ୍ଦ କରିଛି ପାକିସ୍ତାନ।

ପାକିସ୍ତାନ ଏୟାରସ୍ପେସ ବନ୍ଦ କରିବା ଉପରେ ଏୟାର ଇଣ୍ଡିଆ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହା କରିବା ଫଳରେ ଭାରତ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ। ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (ବିସିଏଏସ୍‌) ସମସ୍ତ ବିମାନରେ ସୁରକ୍ଷା ବ୍ୟବସ୍ଥା ଓ ବିମାନ ବନ୍ଦରଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।

ଏହା ପୂର୍ବରୁ ପାକିସ୍ତାନ ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କ ମଧ୍ୟ ବନ୍ଦ କରିଛି ପାକ୍।। ପାକିସ୍ତାନରେ ଥିବା ଭାରତୀୟ ଦୂତାବାସକୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପାକ୍‌ ସରକାର।

ପୂର୍ବରୁ ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ପରେ ପାକିସ୍ତାନ ଭାରତୀୟ ବିମାନଙ୍କ ପାଇଁ ନିଜ ଆକାଶ ମାର୍ଗ ମନ୍ଦ କରିଥିଲା। କିନ୍ତୁ ପାଖାପାଖି ୪ ମାସ ପରେ ଖୋଲି ଦେଇଥିଲା।

Comment