ଓଡ଼ିଶାଲାଇଭ ବ୍ୟୁରୋ

ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଚୟନ ଏବେ ଚୂଡ଼ାନ୍ତ ପର୍ଯ୍ୟାୟର ପହଞ୍ଚିଛି। ଏଥିପାଇଁ ୬ଜଣିଆ ଏକ ତାଲିକା ପ୍ରକାଶ ପାଇଛି। ଆଗାମୀ ଅଗଷ୍ଟ ୧୬ ତାରିଖରେ ୬ଜଣଙ୍କୁ ନେଇ ସାକ୍ଷାତକାର କରାଯିବ। ତେବେ କିଏ ହେବ ଟିମ୍‌ ଇଣ୍ଡିଆର କୋଚ ତାହାକୁ ନେଇ ଏବେ କଳ୍ପଜଳ୍ପନା ଆରମ୍ଭ ହୋଇଯାଇଛି।

ଚୟନ ହୋଇଥିବା ୬ଜଣଙ୍କ ମଧ୍ୟରେ ବର୍ତ୍ତମାନର କୋଚ ରବି ଶାସ୍ତ୍ରୀ, ନ୍ୟୁଜିଲାଣ୍ଡର ପୂର୍ବତନ କୋଚ ମାଇକ ହେସେନ, ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଟମ୍‌ ମୁଡି, ଭାରତୀୟ ଦଳର ପୂର୍ବତନ ମ୍ୟାନେଜର ଲାଲଚାନ୍ଦ ରାଜପୁତ, ଭାରତୀୟ ଦଳର ପୂର୍ବତନ ଫିଲ୍ଡିଂ କୋଚ ରବିନ ସିଂ ଓ ଆଫଗାନିସ୍ତାନର କୋଚ ଫିଲ୍‌ ସିମନସ୍‌ ରହିଛନ୍ତି।

କପିଳ ଦେବଙ୍କ ନେତୃତ୍ଵାଧିନ ଏକ ଟିମ୍‌ ଅଗଷ୍ଟ ୧୬ରେ ଚୟନ ହୋଇଥିବା ୬ଜଣଙ୍କର ସାକ୍ଷାତକାର ନେବେ। ଏହି କମିଟିରେ କପିଳ ଦେବଙ୍କ ବ୍ୟତୀତ ଅଂଶୁମାନ ଗାଏକ୍ଵାଡ ଓ ପୂର୍ବତନ ମହିଳା କ୍ରିକେଟ ଅଧିନାୟିକା ଶାନ୍ତା ରଙ୍ଗସ୍ଵାମୀ ରହିଛନ୍ତି।

ତେବେ ଏହି ୬ଜଣଙ୍କ ମଧ୍ୟରୁ ଆଗାମୀ ଦିନରେ ଜଣେ ଭାରତୀୟ ଦଳର କୋଚ ହେବେ। ଏମାନଙ୍କ ମଧ୍ୟରୁ ରବି ଶାସ୍ତ୍ରୀ, ଟମ୍‌ ମୁଡି ଓ ମାଇକ ହେସେନ ଅଧିକା ଦାବିଦାର ଥିବା ଚର୍ଚ୍ଚା ହେଉଛି।

Comment