ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ଦୁଇ ଦିନ ମଧ୍ୟରେ ୫୮ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରାଖଣ୍ଡରେ ଅଚାନକ ବର୍ଷା ଏବଂ ଭୂସ୍କଳନ ଯୋଗୁଁ ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ରୁ ୧୦ ଜଣ ନିଖୋଜ ଅଛନ୍ତି। ହିମାଚଳ ପଦେଶରେ ୨୬ ଜଣଙ୍କ ମୃତ୍ୟୁ ଘଟିଛି।

ପଞ୍ଜାବ, ହରିୟାଣା, ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶରେ ମଧ୍ୟ ଲଗାଣ ବର୍ଷା ଯୋର୍ଗୁ ବନ୍ୟା ସ୍ଥିତି ଉପୁଜିଛି।

ପଞ୍ଜାବର ୮ଜିଲ୍ଲାର ୨୦୯ ଗ୍ରାମରେ ସତର୍କତା ଜାରି କରାଯାଇଛି। ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଛି।

ଉତ୍ତରଖଣ୍ଡରେ ଲଗାଣ ବର୍ଷା ଏବଂ ଭୂସ୍କଳନ ଯୋଗୁଁ ଅଧିକାଂଶ ରାସ୍ତା ବନ୍ଦ ହୋଇଯାଇଥିବାରୁ ବିଭିନ୍ନ ସ୍ଥାନରେ ଲୋକ ଫସି ରହିଛନ୍ତି।

Comment