ଓଡ଼ିଶାଲାଇଭ ବ୍ୟୁରୋ

ବଲିଉଡ୍‌ର ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ଜହୁର ଖୟାମ ହାସମୀଙ୍କ ସୋମବାର ରାତିରେ ମୁମ୍ଵାଇର ସୁଜାୟ ହସ୍ପିଟାଲରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ଫୁସ୍‌ଫୁସ୍‌ ସଂକ୍ରମଣ କାରଣରୁ ତାଙ୍କୁ ଜୁଲାଇ ୨୮ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତାଙ୍କ ମୃତ୍ୟୁରେ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଣ୍ଠଶିଳ୍ପୀ ଲତା ମଙ୍ଗେସକର ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଶୋକ ପ୍ରକାଶ ମଧ୍ୟ କରିଛନ୍ତି।

୧୯୨୭ ଫେବ୍ରୁଆରୀ ୨୮ରେ ଜନ୍ମିତ ଖୟାମ ବଲିଉଡର ଅନେକ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। କଭି କଭି, ଉମରାଓ ଜାନ, ବାଜାର, ରେଜିଆ ସୁଲତାନ, ନୁରି, ଆହିସ୍ତା ଆହିସ୍ତା ଆଦି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନ ଦେଇ ବେଶ୍‌ ଲୋକପ୍ରିୟ ହୋଇଥିଲେ। ତାଙ୍କୁ କଭି କଭି ଓ ଉମରାଓ ଜାନ୍‌ ଫିଲ୍ମ ପାଇଁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଦୁଇଥର ଫିଲ୍ମ ଫେୟାର ଆଓ୍ଵାର୍ଡ ଦିଆଯାଇଛି। ଏହାସହ କେନ୍ଦ୍ର ସରକାରଙ୍କ ଦ୍ଵାରା ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା।

Comment