ଓଡ଼ିଶାଲାଇଭ୍‌ ବ୍ୟୁରୋ

ODISHALIVE_NEWS UPDATE_2PM

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ପୁରୀ ବିକାଶ ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର କଲେ ରାଜ୍ୟ ସରକାର

ବାତ୍ୟା ଫନିରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିବା ପୁରୀର ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ୫୦୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି।

ପୋଲିସ ସାଜିଲେ ଡକାୟତ – ଯାଞ୍ଚ ବାହାନାରେ ଲୁଟିଲେ ଦେଢ଼ ଲକ୍ଷ ଟଙ୍କା

ଗାଡ଼ି ଚେକିଂ ବାହାନାରେ ଜଣେ ବ୍ୟବସାୟୀଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ପୋଲିସ କର୍ମଚାରୀ। ପରେ ଧରା ପଡ଼ିଯିବା ବାହାନାରେ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରିଥିଲେ। ଏନେଇ ବ୍ୟବସାୟୀ ଜଣକ ଟାଙ୍ଗି ଥାନାରେ ଏତଲା ଦେଇଥିଲେ। ତେବେ ଏହି ଘଟଣାରେ ୩ଜଣ ପୋଲିସ କର୍ମଚାରୀଙ୍କୁ ଟାଙ୍ଗି ଥାନାରେ ଅଟକ ରଖାଯାଇଛି।

ଭାରତ-ଓ୍ଵେଷ୍ଟଇଣ୍ଡିଜ ଟେଷ୍ଟ ମ୍ୟାଚ – ପ୍ରଥମ ଦିନରେ ଭାରତ ୨୦୩/୬

ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଗୁରୁବାର ବିଶ୍ଵ ଟେଷ୍ଟ ଚାମ୍ପିୟନସିପ୍‌ ଆରମ୍ଭ ହୋଇଯାଇଛି। ତେବେ ପ୍ରଥମ ବ୍ୟାଟିଂ କରିଥିବା ଭାରତୀୟ ଦଳ ପ୍ରଥମଦିନ ଶେଷ ସୁଦ୍ଧା ୬ ଓ୍ଵିକେଟ ହରାଇ ୨୦୩ ରନ କରିଛି। ଦଳ ପକ୍ଷରୁ ପ୍ରଥମଦିନରେ ସମସ୍ତ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିବା ବେଳେ ଆଜ୍ୟିଙ୍କ ରାହାଣେ ୮୧ ରନ କରିଛନ୍ତି।

ଭାରତୀୟ ଟିମ୍‌କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ବ୍ୟକ୍ତି ଗିରଫ

ଟିମ୍‌ ଇଣ୍ଡିଆକୁ ଓ୍ଵେଷ୍ଟଇଣ୍ଡିଜରେ ମାରିଦେବାକୁ ଧମକ ଦେଇଥିବା ଜଣେ ବ୍ୟକ୍ତିକୁ ଆସାମରୁ ଗିରଫ କରିଛି ମହାରାଷ୍ଟ୍ର ଆଣ୍ଟି ଟେରୋରିଜିମ୍‌ ସ୍କ୍ଵାର୍ଡ(ଏଟିଏସ)।

ଇସ୍କନ୍‌ ଆଗରେ ବହିଲା ଯମୁନା, ଜନ୍ମାଷ୍ଟମୀରେ ଭକ୍ତ ହଟହଟା

ପବିତ୍ର ଜନ୍ମାଷ୍ଟମୀ ଅବସରରେ ଆଜି ସକାଳୁ ଇସ୍କନ୍‌ ମନ୍ଦିରରେ ଭକ୍ତଙ୍କ ସୁଅ ଛୁଟିଥିଲା। ଶ୍ରଦ୍ଧାଳୁମାନେ ରୋଡ୍‌ରୁ ଲାଇନ୍‌ ଲଗାଇ ଠିଆ ହୋଇଥିଲେ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବା ପାଇଁ। କିନ୍ତୁ କୃଷ୍ଣଙ୍କୁ ପୂଜା କରିବାକୁ ଆସିଥିବା ଭକ୍ତଙ୍କୁ ଅସରାଏ ବର୍ଷାରେ ନାକେଦମ୍‌ ହେବାକୁ ପଡ଼ିଛି। କାରଣ ଅସରାଏ ବର୍ଷାରେ ଇସ୍କନ୍‌ ସମ୍ନାରେ ଅଣ୍ଟାଏ ପାଣି ଜମି ରହିଛି। ଫଳରେ ପୂଜା କରିବାକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ହଟହଟା ହେବାକୁ ପଡ଼ିଛି।

ଓଡ଼ିଶାର ପ୍ରଥମ ମହିଳା ଡାକ୍ତର ଥିଲେ କୁନ୍ତଳା କୁମାରୀ ସାବତ

ଦେଶ ସ୍ୱାଧୀନତା ପାଇଁ ଯେତେବେଳେ ବ୍ରିଟିଶଙ୍କ ସହ ଲଢ଼ୁଥିଲା ସେହି ସମୟରେ ଓଡ଼ିଶାରେ ଯେଉଁ କେତେଜଣ ନାରୀ କବିଙ୍କ ଆବିର୍ଭାବ ହୋଇଥିଲା। ସେମାନଙ୍କ ମଧ୍ୟରେ ଥିଲେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ। ଏକା ଧାରରେ ସେ ଥିଲେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ। ଓଡ଼ିଶାର ସେ ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ।  ଆଜି ସେହି ମହିୟଷୀ ମହିଳାଙ୍କ ଶ୍ରାଦ୍ଧବାର୍ଷିକୀ।

ଚନ୍ଦ୍ରମାର ପ୍ରଥମ ଫଟୋ ଦେଲା ଚନ୍ଦ୍ରଯାନ ୨

ଚନ୍ଦ୍ରଯାନ ୨ ଦ୍ୱାରା ଉଠାଯାଇଥିବା ଚନ୍ଦ୍ରର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଗୁରୁବାର ଏହି ଫଟୋ ସାର୍ବଜନୀନ କରିଛି। ଚନ୍ଦ୍ରପୃଷ୍ଠଠାରୁ ୨୬୫୦ କିମି ଉଚ୍ଚତାରୁ ଏହି ଫଟୋକୁ ଉତ୍ତୋଳନ କରାଯାଇଥିବା ଇସ୍ରୋ କହିଛି।

ସାବଧାନ: ଏଣିକି ବିନା ଟିକେଟ୍‌ରେ ‘ମୋ ବସ୍‌’ରେ ଯାତ୍ରା କଲେ ଦେବେ ୫୦୦ ଟଙ୍କାର ଜରିମାନା

ବିନା ଟିକେଟ୍‌ରେ ବା ପାସ୍‌ରେ ମୋ ବସ୍‌ରେ ଗଲେ ଦେବାକୁ ହେବ ଜରିମାନା। ବିନା ଟିକେଟ୍‌ରେ ମୋ ବସ୍‌ରେ ଯାତ୍ରା କଲାବେଳେ ଯଦି ଧରାପଡ଼ନ୍ତି ତେବେ ସର୍ବନିମ୍ନ ୫୦୦ ଟଙ୍କା ଜରିମାନା ଦେବାକୁ ହେବ।

ଭିଏସ୍‌ଏସ୍‌ୟୁଟିରେ ରାଗିଂ: ୧୦ ଛାତ୍ରଙ୍କୁ ବର୍ଷେ ପାଇଁ ପରୀକ୍ଷା ମନା, ୫୨ ଜଣଙ୍କୁ ଜରିମାନା

ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ରାଗିଂ ଘଟଣା ପାଇଁ ନିଆଗଲା ଦୃଢ଼ କାର୍ଯ୍ୟାନୁଷ୍ଟାନ। ସିନିଅର ଛାତ୍ରମାନେ ଜୋରଜବରଦସ୍ତ ଜୁନିଅର୍ ଛାତ୍ରଛାତ୍ରୀଙ୍କୁ ରାଗିଂ କରିବା ଭାରିପଡ଼ିଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ୧୦ ଜଣ ଛାତ୍ରଙ୍କୁ ବର୍ଷେ ପାଇଁ ପରୀକ୍ଷାରୁ ବାଦ୍‌ ଦିଆଯାଇଥିବା ବେଳେ ୫୨ ଜଣ ଛାତ୍ରଙ୍କୁ ୨ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ କହିଛନ୍ତି।

Comment