ଓଡ଼ିଶାଲାଇଭ୍ ବ୍ୟୁରୋODISHALIVE_NEWS UPDATE_2PM

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ମୋଦି-ଟ୍ରମ୍ପ୍‌ଙ୍କ ୟାରୀ, ପାକିସ୍ତାନ ଉପରେ ଭାରୀ

କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଚାରିଆଡ଼ୁ ଝଟ୍‌କା ପାଇଛି। ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନ ହଟହଟା ହେବା ପରେ ଆମେରିକାର ସହାୟତା ଲୋଡ଼ିଥିଲା। ଏଥିରେ ଟ୍ରମ୍ପ ରାଜି ହୋଇ ଭାରତ ସହ ଆଲୋଚନା କରିବାକୁ ଇମ୍ରାନଙ୍କୁ କହିଥିଲେ। ହେଲେ ଫ୍ରାନ୍ସରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ସବୁ ଗଣିତ ବଦଳି ଯାଇଥିଲା।

ଭାରତକୁ ଇମ୍ରାନଙ୍କ ପରମାଣୁ ଯୁଦ୍ଧ ଧମକ – କହିଲେ କଶ୍ମୀର ପ୍ରସଙ୍ଗରେ ଆମେ ସବୁ ସୀମା ପାର୍‌ କରିବୁ!

କଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧରେ ଜାତିସଂଘଠାରୁ ଆରମ୍ଭ କରି ବିଭିନ୍ନ ମୁସ୍‌ଲିମ୍‌ ଦେଶର ଦ୍ୱାରସ୍ତ ହୋଇଥିବା ପାକିସ୍ତାନ ସବୁଆଡ଼ୁ ନିରାଶ ‌ହୋଇଛି। ସବୁଠୁ ନିରାଶ ହେବା ପରେ ପାକିସ୍ତାନ ଏବେ ଭାରତକୁ ସିଧାସଳଖ ପରମାଣୁ ଯୁଦ୍ଧ ଧମକ ଦେଇଛି। ‘‘କଶ୍ମୀର ପ୍ରସଙ୍ଗରେ ତାଙ୍କ ଦେଶ ‌ଯେକୌଣସି ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେବନାହିଁ। ଧାରା ୩୭୦କୁ ହଟାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ଭୁଲ୍‌ କରିଛନ୍ତି‘‘,  ଇମ୍ରାନ ଖାନ ଧମକ ଦେଇ ଏଭଳି କହିଛନ୍ତି।

ଅରୁଣ ଜେଟଲୀଙ୍କ ପରିବାରକୁ ଭେଟିଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତ ସାରି ମଙ୍ଗଳବାର ଦିନ ଭାରତ ଫେରିଛନ୍ତି। ସ୍ଵଦେଶ ପ୍ରତ୍ୟାବର୍ତ୍ତନ ପରେ ମୋଦି ପୂର୍ବତନ ଅର୍ଥମନ୍ତ୍ରୀ ଦିବଙ୍ଗତ ଅରୁଣ ଜେଟଲୀଙ୍କ ଘରକୁ ଯାଇ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ସକାଳ ୧୦ଟାରେ ଜେଟଲୀଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇବା ସହ ସେମାନଙ୍କୁ ସାନ୍ତ୍ୱନା ଦେଇଥିଲେ।

ଭିଏସ୍‌ଏସ୍‌ୟୁଟିରେ ରାଗିଂ ଘଟଣା: ୪ ଶିକ୍ଷକ ନିଲମ୍ବିତ, ୨ ସୁରକ୍ଷାକର୍ମୀ ବହିଷ୍କୃତ

ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ରାଗିଂ ଘଟଣାରେ ୪ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ହଷ୍ଟେଲରେ ସୁରକ୍ଷା ଦିୟିତ୍ୱାର ଥିବା ସୁରକ୍ଷାକର୍ମୀଙ୍କୁ ବହିଷ୍କାର କରାଯାଇଛି।

ଧାରା ୩୭୦ ଉଚ୍ଛେଦକୁ ନେଇ ଦେଶବାସୀଙ୍କୁ ସଚେତନ କରିବ ବିଜେପି 

ଧାରା ୩୭୦ ଉଚ୍ଛେଦ ବିଷୟରେ ଦେଶବାସୀଙ୍କୁ ଅବଗତ ଓ ସଚେତନ କରିବ ବିଜେପି। କାହିଁକି ଏହି ଧାରାକୁ ଉଚ୍ଛେଦ କରାଗଲା ବିଜେପି ନେତାମାନେ ତାହା ବଖାଣିବେ। ଏନେଇ ଆସନ୍ତା ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଦଳ ପକ୍ଷରୁ ଦେଶବ୍ୟାପୀ ଜନ ସମ୍ପର୍କ ଓ ଜନ ଜାଗରଣ ଯାତ୍ରା ଆରମ୍ଭ କରାଯିବ ବୋଲି ବିଜେପି ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

୨୦୨୦ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

ମହାପ୍ରଭୁଙ୍କର ସମସ୍ତ ବେଶ ମଧ୍ୟରୁ ନାଗାର୍ଜୁନ ବେଶ ଅନ୍ୟତମ। ମହାପ୍ରଭୁଙ୍କର ଏହି ବେଶ ଅତ୍ୟନ୍ତ ଦୁର୍ଲଭ। ଦୀର୍ଘ ବର୍ଷ ପରେ ଏହି ବେଶରେ ସଜ୍ଜିତ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ।

ଆଉ ଏକ ଲଘୁଚାପ – ଆସନ୍ତାକାଲିଠୁ ରାଜ୍ୟରେ ବଢ଼ିବ ବର୍ଷା

ଉତ୍ତର ପୂର୍ବ ବଙ୍ଗୋପସାଗରରେ ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହି ଲଘୁଚାପ ପ୍ରଭାବରେ ବୁଧବାରଠାରୁ ରାଜ୍ୟରେ ବର୍ଷା ବଢିବାର ସମ୍ଭାବନା ରହିଛି। ଦୁଇ ତିନି ଧରି ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଅନୁମାନ କରାଯାଉଛି।

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ରବିନ୍ଦ୍ର ଜାଡେଜା କରିପାରନ୍ତି ଏହି ରେକର୍ଡ

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ଗୋଟିଏ ମ୍ୟାଚ ଭାରତ ଜିତି ସାରିଛି। ଆଉ ୨ଟି ଟେଷ୍ଟ ମ୍ୟାଚ ବାକି ଅଛି। ତେବେ ଏହି ଦୁଇଟି ଟେଷ୍ଟ ମ୍ୟାଚରେ ରବିନ୍ଦ୍ର ଜାଡ଼େଜା କରିପାରନ୍ତି ବୋଲିଂରେ ରେକର୍ଡ। ଆଉ ୬ ଓ୍ଵିକେଟ ହାସଲ କଲେ ସେ ୨୦୦ ଓ୍ଵିକେଟ ହାସଲ କରିଥିବା ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇବେ। ସେ ଦଶମ ଭାରତୀୟ ଭାବେ ଏବି ରେକର୍ଡ ହାସଲ କରିବେ।

Comment