ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ମିଳିଲା ଅର୍ଜୁନ ପୁରସ୍କାର

ପାରା ବ୍ୟାଡମିଣ୍ଟନରେ ଡବଲ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ବ୍ୟାଡମିଣ୍ଟନ ଖେଳାଳୀ ପ୍ରମୋଦ ଭଗତଙ୍କୁ ମିଳିଲା ଅର୍ଜୁନ ପୁରସ୍କାର। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରମୋଦଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଛନ୍ତି। ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରମୋଦ ଭଗତଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଚଳିତ ବର୍ଷ ୧୯ଜଣ ଖେଳାଳି ଅର୍ଜୁନ ପୁରସ୍କାର ଦିଆଯାଇଛି।

ଏମାର ମଠର ସେହି ଭୂତଳ ଘରର ରହସ୍ୟ!

ଗୁରୁବାର ଏମାର ମଠ ଉଚ୍ଛେଦ ସମୟରେ ଏକ ଅଦ୍ଭୁତ ଘଟଣା ମିଳିଛି। ମଠ ଭିତରୁ ଏକ ଭୂତଳ ଘରକୁ ଠାବ କରାଯାଇଛି। ମଠ ମଧ୍ୟରେ ଏଭଳି ଗୁପ୍ତ କୋଠରୀ ବାହାରିବା ପରେ ଏହାକୁ ନେଇ ସମସ୍ତଙ୍କ ମନରେ ନାନାଦି ପ୍ରଶ୍ନ ଉଙ୍କି ମାରୁଛି। ତେବେ ଏହା ୩୦୦ ବର୍ଷରୁ ଅଧିକ ପୁରୁଣା ବୋଲି ଅନୁମାନ କରାଯାଉଛି।

ପାରା ଧରିବାକୁ ଯାଇ ଫସିଥିଲେ ପାଣି ଟାଙ୍କିରେ – ୧୦ଦିନ ପରେ ହେଲେ ଉଦ୍ଧାର   

ରଖେ ହରି ମାରେ କିଏ। ଏହି ଉକ୍ତିର ସତ୍ୟତା ଜଣେ ବାଳକ କ୍ଷେତ୍ରରେ ଦେଖାଯାଇଛି। ଦୀର୍ଘ ୧୦ ଦିନ ଏକ ପାଣି ଟାଙ୍କିରେ ଫସି ରହିବା ପରେ ବୁଧବାର ତାକୁ ଉଦ୍ଧାର କରାଯାଇଛି। ବାଳକ ଜଣକ ହେଉଛନ୍ତି ରାଉରକେଲା ଉପକଣ୍ଠ ବନ୍ଧମୁଣ୍ଡା ଅଞ୍ଚଳର। ବାଳକ ଜଣକ ପାରା ଧରିବାକୁ ଯାଇ ଏକ ୩୦ ଫୁଟ ପାଣି ଟାଙ୍କି ଭିତରେ ଫସି ଯାଇଥିଲେ ଓ ୧୦ ଦିନ ଧରି ପାଣି ପିଇ ଜୀବନ ବଞ୍ଚାଇଥିଲେ।

ପୁରୀର ଐତିହାସିକ ଏମାର ମଠରେ ଅଛି କ’ଣ?

୨୦୧୧ ମସିହାରେ ରୁପା ଇଟାକୁ ନେଇ ଚର୍ଚ୍ଚାରେ ଥିବା ପୁରୀର ଐତିହାସିକ ଏମାର ମଠ ଆଜି ପୁଣି ଚର୍ଚ୍ଚାକୁ ଆସିଛି। ୯୦୦ ବର୍ଷ ତଳର ପୁରୁଣା ମଠକୁ ପ୍ରଶାସନ ଭାଙ୍ଗିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଫଳରେ ଏହି ମଠକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି। ଏମାର ମଠରେ କ’ଣ ଅଛି ଏବଂ ଏହା କାହିଁକି ଐତିହାସିକ ଜାଣନ୍ତୁ ଏହି ରିପୋର୍ଟରୁ।

ଲଞ୍ଚ ହେଲା Redmi Note 8 ଏବଂ Note 8 Pro ସ୍ମାର୍ଟଫୋନ

ସାଓମୀ କମ୍ପାନିର ବହୁପ୍ରତିକ୍ଷୀତ ସ୍ମାର୍ଟଫୋନ ‘ରେଡ୍‌ମି ନୋଟ୍‌ ୮’ ଏବଂ ‘ନୋଟ୍‌ ୮ ପ୍ରୋ’ ଗୁରୁବାର ଲଞ୍ଚ ହୋଇଯାଇଛି। ଚୀନ୍‌ରେ ଆୟୋଜିତ କାର୍ଯ୍ୟକ୍ରରେ ସାଓମୀ କମ୍ପାନି ଏହା ସବୁଠାରୁ ବଡ଼ ବ୍ରାଣ୍ଡ ‘ଏମ୍‌ଆଇ’ର ଏହି ଦୁଇଟି ସ୍ମାର୍ଟଫୋନ ଲଞ୍ଚ କରିଛି।

ବିଶ୍ୱସ୍ତରୀୟ ହେବ ରଘୁନନ୍ଦନ ଲାଇବ୍ରେରୀ

ଐତିହାସିକ ଏମାର ମଠର ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ପ୍ରଶାସନ ଏମାର ମଠ ସଂଲଗ୍ନ ରଘୁନନ୍ଦନ ଲାଇବ୍ରେରୀ ଉଛେଦ ପ୍ରକ୍ରିୟା ଆରମ୍ଭ କରିଛି। ଉଚ୍ଛେଦ ପରେ ଲାଇବ୍ରେରୀର ଭାଗ୍ୟ କ’ଣ ହେବ ସେନେଇ ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ଏବଂ ଗବେଷକଙ୍କ ମନରେ ଭାଳେଣି ପଡ଼ିଥିଲା। ତେବେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଏହି ଆଶଙ୍କା ଦୂର କରିଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ ନୂଆ ରୂପରେ ରଘୁନନ୍ଦନ ଲାଇବ୍ରେରୀ ପୁଣି ଥରେ ସ୍ଥାପନା କରାଯିବ।

ଡିଜିଟାଲ୍ ମିଡିଆରେ ରବି ଭାଇଙ୍କ ବରାର ବାସ୍ନା, ଦଶ ଦିନରେ ଭିଡିଓ ଟପିଲା ୧୦ ଲକ୍ଷ ଭିଉ

ଓଡ଼ିଶାର ଖାନା। ଥରେ ପାଟିରେ ଲାଗିଲେ ଛାଡ଼ିବନି! ଏମିତି ଏକ ଜିନିଷ ହେଉଛି ରବି ଭାଇଙ୍କ ବରା ଓ ଘୁଗୁନି। ଭୁବନେଶ୍ୱର ଛଅ ନମ୍ବର ଅଂଚଳରେ ବହୁତ ବର୍ଷ ହେଲା ଜଳଖିଆ ଦୋକାନ କରି ଲୋକଙ୍କୁ ଏମିତି ଖୁସ୍ କରି ଚାଲିଛନ୍ତି ରବି ଭାଇ। ଏବେ ତାଙ୍କ ବରାର ଷ୍ଟୋରି ଓଡ଼ିଶାଲାଇଭ୍ ମାଧ୍ୟମରେ ଯାଇ ଦେଶ ବିଦେଶ ଲୋକଙ୍କ ପାଖରେ ପହଞ୍ଚିଛି। ଖୁସିର କଥା ହେଉଛି ଯେ ପ୍ରଥମ ଦଶ ଦିନରେ ଏହି ଭିଡିଓ ୧୦ ଲକ୍ଷ ଭିଉ ଟପିଯାଇଛି।

 

ଯୁଦ୍ଧ ପାଇଁ ପାକ୍‌ର ପ୍ରାକ ପ୍ରସ୍ତୁତି! ପରୀକ୍ଷା କଲା ମିସାଇଲ

କଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ କଥା ବୟାନବାଜି ଚାଲିଥିବା ମଧ୍ୟରେ ପାକିସ୍ତାନ ଭୃପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇ ପାରୁଥିବା ଗଜନବି କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଗତକାଲି ରାତିରେ ସଫଳତାର ସହ ପରୀକ୍ଷଣ କରାଯାଇଛି। ଅଳ୍ପ ଦୂରଗାମୀ ଏହି କ୍ଷେପଣାସ୍ତ୍ର ୨୯୦ କିମି ଦୂରତାରେ ଳକ୍ଷ୍ୟଭେଦ କରିପାରିବ। ତା’ ସହିତ ବିଭିନ୍ନ ପ୍ରକାର ଅସ୍ତ୍ରବହନ କରିବା ଲାଗି ଏହି କ୍ଷେପଣାସ୍ତ୍ରର କ୍ଷମତା ରହିଛି।

ସେପ୍ଟେମ୍ବର ୬ରେ ଦିଲ୍ଲୀରୁ ଫେରିବେ ଜଗା କାଳିଆ

ସେପ୍ଟେମ୍ବର ୬ ତାରିଖରେ ଦିଲ୍ଲୀ ଏମ୍ସରୁ କଟକ ଏସିବି ଆସିବେ ଯୋଡ଼ା ମୁଣ୍ଡରୁ ଅଲଗା ହୋଇଥିବା କନ୍ଧମାଳର ଦୁଇ ଶିଶୁ ଜଗା କାଳିଆ। ରାଜଧାନୀ ଏକ୍ସପ୍ରେସରେ ୬ ତାରିଖରେ ଆସି ୭ରେ ଓଡ଼ିଶାରେ ପହଞ୍ଚିବେ। ତାଙ୍କ ସହ ଏମ୍ସ ଡାକ୍ତର ମଧ୍ୟ ଆସିବେ।

ସାରା ଦେଶ ଆଜି ପାଳନ କରୁଛି ‘ଜାତୀୟ କ୍ରୀଡ଼ା ଦିବସ’

ଭାରତୀୟ ହକିର ଜନ୍ମଦାତା ତଥା ମହାନ ଭାରତୀୟ ହକି ଖେଳାଳି ହେଉଛନ୍ତି ମେଜର ଧ୍ୟାନଚାନ୍ଦ। ତାଙ୍କ ଜନ୍ମଦିନ ଅଗଷ୍ଟ ୨୯କୁ ପ୍ରତିବର୍ଷ ଭାରତରେ ‘ଜାତୀୟ କ୍ରୀଡ଼ା ଦିବସ’ ଭାବେ ପାଳନ କରାଯାଏ।

ଭାରତୀୟ ହକିର ଜନକ ‘ଧ୍ୟାନଚାନ୍ଦ୍’

ଦେଶରେ ଆଜି ପାଳନ ହେଉଛି ‘ଜାତୀୟ କ୍ରୀଡା ଦିବସ’। ଭାରତୀୟ ହକିର ଜନ୍ମଦାତା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଅଗଷ୍ଟ ୨୯କୁ ଭାରତରେ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଛି। ଭାରତୀୟ ହକିକୁ ଗୋଟିଏ ନୂଆ ଜନ୍ମ ଦେବାରେ ଧ୍ୟାନଚାନ୍ଦଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ୨୪ ଘଣ୍ଟାରେ ବର୍ଷା ଆଶଙ୍କା 

ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଓସିଏ ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତ

ବିହାରର ପୂର୍ବତନ ନିର୍ବାଚନ କମିଶନ ଏମଏଲ ମଜୁମଦାରଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।

ଆରମ୍ଭ ହେବ ପ୍ରଧାନମନ୍ତ୍ରୀଙ୍କ ‘ଫିଟ୍‌ ଇଣ୍ଡିଆ’ ଅଭିଯାନ

ବିଶ୍ୱ ଖେଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିବେ ‘ଫିଟ୍‌ ଇଣ୍ଡିଆ’ ଅଭିଯାନ। ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଇନଡୋର୍ ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୋଦି।

ଡିସେମ୍ବରରେ ବିଜେପିର ନବକଳେବର – କିଏ ହେବେ ରାଜ୍ୟ ସଭାପତି?

ଡିସେମ୍ବର ୧ରୁ ୧୫ ତାରିଖ ଭିତରେ ବିଜେପି ତାର ନୂଆ ରାଜ୍ୟ ସଭାପତି ଚୟନ କରିବ। ଏବେଠାରୁ ଏହି ସଭାପତି ପଦକୁ ନେଇ କାଉଣ୍ଟ ଡାଉନ ଆରମ୍ଭ ହୋଇଛି। ସଭାପତି ପଦ ପାଇଁ ତିନିରୁ ଚାରି ନେତାଙ୍କ ନାଁ ଚର୍ଚ୍ଚା ହେଉଛି।

ବିଜେପି ରାଜ୍ୟ ସଭାପତି ପଦ ପାଇଁ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନାଁ ରେସ୍‌ରେ ରହିଛି। ଏହାସହ ବସନ୍ତ ପଣ୍ଡାଙ୍କ ନାଁକୁ ନେଇ ବି ଚର୍ଚ୍ଚା ହେଉଛି। ତେବେ ଏମାନଙ୍କ ଭିତରୁ କାହା ମୁଣ୍ଡରେ ସଭାପତି ପଗଡ଼ି ବନ୍ଧା ଯିବ ତାହା ଅପେକ୍ଷା କରି ଦେଖିବାର କଥା।

ଡିଜିଟାଇଜେସନ ହେବ ରଘୁନନ୍ଦନ ଲାଇବ୍ରେରୀର ସମସ୍ତ ବହି

‘‘ରଘୁନନ୍ଦନ ଲାଇବ୍ରେରୀର ସମସ୍ତ ବହି ହେବ ଡିଜିଟାଇଜେସନ୍‌। ଏହାସହ ଯେଉଁଠି ଏମାର ମଠ ରହିଥିଲା ସେହିଠାରେ ହିଁ ଲାଇବ୍ରେରୀର ପୁନଃପ୍ରତିଷ୍ଠା କରାଯିବ। ଲାଇବ୍ରେରୀକୁ ଆଧୁନିକୀକରଣ କରାଯିବ’’, କହିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ।

ମାଲେସିଆ ଜାହାଜ ମାଲିକଙ୍କୁ ନୋଟିସ୍‌ – ୭ଦିନରେ ସମୁଦ୍ରକୂଳ ଛାଡ଼ିବାକୁ ନିର୍ଦ୍ଦେଶ

ବାଟବଣା ହୋଇ ଚିଲିକା ରାଜହଂସ କୂଳରେ ଲାଗିଥିବା ମାଲେସିଆ ଜାହାଜ ମାଲିକଙ୍କୁ ଆଜି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି। ଦୁଇ ଦିନ ମଧ୍ୟରେ ଜାହାଜରୁ ତେଲ କାଢ଼ିବା ଓ ୭ଦିନ ମଧ୍ୟରେ ସମୁଦ୍ରକୂଳରୁ ଜାହାଜକୁ ସ୍ଥାନାନ୍ତର କରିବାକୁ ଜାହାଜ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପାରା ଧରିବାକୁ ଯାଇ ଫଶି ଥିଲେ ପାଣି ଟାଙ୍କିରେ – ୧୦ଦିନ ପରେ ହେଲେ ଉଦ୍ଧାର  

ରଖେ ହରି ମାରେ କିଏ। ଏହି ଉକ୍ତିର ସତ୍ୟତା ଜଣେ ବାଳକ କ୍ଷେତ୍ରରେ ଦେଖାଯାଇଛି। ଦୀର୍ଘ ୧୦ ଦିନ ଏକ ପାଣି ଟାଙ୍କିରେ ଫଶି ରହିବା ପରେ ବୁଧବାର ତାକୁ ଉଦ୍ଧାର କରାଯାଇଛି। ବାଳକ ଜଣକ ହେଉଛନ୍ତି ରାଉରକେଲା ଉପକଣ୍ଠ ବନ୍ଧମୁଣ୍ଡା ଅଞ୍ଚଳର। ବାଳକ ଜଣକ ପାରା ଧରିବାକୁ ଯାଇ ଏକ ୩୦ ଫୁଟ ପାଣି ଟାଙ୍କି ଭିତରେ ଫଶି ଯାଇଥିଲେ ଓ ୧୦ ଦିନ ଧରି ପାଣି ପିଇ ଜୀବନ ବଞ୍ଚାଇଥିଲେ।

ମାଟିରେ ମିଶିବ ନଅଶହ ବର୍ଷ ପୁରୁଣା ଏମାର ମଠ

ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଜାରି ରହିଛି ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା। ମନ୍ଦିରର ଉତ୍ତର ପାର୍ଶ୍ଵରେ ଥିବା ଲଙ୍ଗୁଳି ମଠ ମାଟିରେ ମିଶିବା ପରେ ଏବେ ଐତିହାସିକ ଏମାର ମଠର ପାଳି। ଏବେ ଏମାର ମଠକୁ ବୁଲଡୋଜର ଲଗାଇ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ। ଚାରିମହଲା ବିଶିଷ୍ଟ ଏହି ମଠର ପ୍ରଥମେ ଉପର ମହଲାରୁ ଉଚ୍ଛେଦ କରାଯାଇଛି।

Comment