ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ଗାଦି ଛାଡ଼ିଲେନି ମହନ୍ତ, ଏବେ ଏମାର ମଠରୁ ନଜର ହଟାଉଛି ପ୍ରଶାସନ

ନିଜ ଜିଦ୍‌ରେ ଅଟଳ ଅଛନ୍ତି ଏମାର ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ। ତିନି ଦିନ ପରେ ବି ସେ ଗାଦି ଛାଡ଼ି ନାହାନ୍ତି। ସେ ତାଙ୍କ କୋଠରିରେ ବସି ରହିଛନ୍ତି। ଏଣୁ ପ୍ରଶାସନ ଏବେ ଏମାର ମଠ ମୂଳ ଗାଦି ଉଚ୍ଛେଦରୁ ନଜର ହଟାଇଥିବା ପରି ମନେହେଉଛି।

ପ୍ରେମ ପ୍ରତାରଣା ତା’ପରେ ଧାରଣା – ଥାନା ପରିସରରେ ପ୍ରେମିକାକୁ ଆକ୍ରମଣ କଲା ପ୍ରେମିକ

ହ୍ୱାଟ୍ସଆପ୍‌ରୁ ପ୍ରେମ ଆଉ ତାପରେ ଶାରୀରିକ ସଂପର୍କ। ଏବେ ବିବାହ କରିବାକୁ ଯୁବତୀ ଅଡ଼ି ବସିବା ପରେ ଥାନା ପରିସରରେ ଯୁବତୀଙ୍କ ପରିବାର ଉପରକୁ ଆକ୍ରମଣ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ସେଶଖାଲ ଥାନା ପରିସରରେ।

ପୁରୀରେ ଦୁଇ ଦିନ ବନ୍ଦ ରହିବ ଉଚ୍ଛେଦ କାର୍ଯ୍ୟ

ପୁରୀରେ ଚାଲିଥିବା ଉଚ୍ଛେଦ କାର୍ଯ୍ୟ ଆସନ୍ତା ଦୁଇ ଦିନ ବନ୍ଦ ରହିବ। ଆସନ୍ତକାଲି ରବିବାର ଏବଂ ସୋମବାର ଦିନ ଗଣେଶ ପୂଜା ପଡୁଥିବାରୁ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି। ଏହି ଦୁଇ ଦିନ ଏମାର ମଠରେ ଥିବା ମନ୍ଦିର ଏବଂ ବାକି କୋଠରୀର ଯାଞ୍ଚ କରାଯିବ। ସ୍ୱତନ୍ତ୍ର ଟିମ୍‌ ଏହାର ଯାଞ୍ଚ କରିବେ।

ଜୟପୁର : ଲାଞ୍ଚ ନେବା ମାମଲାରେ ବିଡିଓଙ୍କୁ ସାଢେ ୩ ବର୍ଷ ଜେଲ

ଗୃହ ମନ୍ତ୍ରଳାୟ ଦ୍ଵାରା ଆସାମର ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନ୍ସ(ଏନଆରସି)ର ଲିଷ୍ଟ ପ୍ରକାଶ ପାଇଛି। ଏଥିରେ ୩କୋଟି ୧୧ଲକ୍ଷ ୨୧ ହଜାର ଲୋକ ରହିଥିବା ବେଳେ ୧୯ଲକ୍ଷରୁ ଅଧିକ ଲୋକ ସ୍ଥାନ ପାଇନାହାନ୍ତି। ଅର୍ଥାତ ସେମାନେ ଭାରତୀୟ ନାଗରିକ ନୁହନ୍ତି ବୋଲି ଚିହ୍ନଟ କରାଯାଇଛି। ତେବେ ଏଭଳି ପରିସ୍ଥିତିରେ ୧୯ଲକ୍ଷ ଲୋକଙ୍କ ଭବିଷ୍ୟତ ବର୍ତ୍ତମାନ ଅନ୍ଧକାର ହୋଇଯାଇଛି।

ଅର୍ନ୍ତଜାତୀୟ ଗାନ୍ଧୀ ପିସ୍ ଆମ୍ବାସଡ଼ର ଭାବେ ନିଯୁକ୍ତି ପାଇଲେ ପେପରମ୍ୟାନ ଶଶାଙ୍କ

ଖବରକାଗଜ ସଂଗ୍ରହ କରି ନିଜକୁ ପେପରମ୍ୟାନ ଭାବେ ପ୍ରତିଷ୍ଠିତ କରାଇପାରିଥିବା ଶଶାଙ୍କ ଶେଖର ଦାଶଙ୍କୁ ଅବୈତନିକ ଅର୍ନ୍ତଜାତୀୟ ଗାନ୍ଧି ପିସ୍ ଆମ୍ବାସଡ଼ର ନିଯୁକ୍ତି ମିଳିଛି। ନେପାଳର କାଠମାଣ୍ଡୁଠାରେ ଥିବା ଗାନ୍ଧୀ ପିସ୍ ଫାଉଣ୍ଡେସନ ପକ୍ଷରୁ ଶଶାଙ୍କ ଶେଖରଙ୍କୁ ଏହି ନିଯୁକ୍ତି ପ୍ରଦାନ କରାଯାଇଛି।

ଏମାର ମଠରେ ପୂଜା ପାଉଛନ୍ତି ବହୁ ବିରଳ ଶାଳଗ୍ରାମ

ଏମାର ମଠ। ଏହା ପୁରୀରେ ଥିବା ସବୁଠୁ ପୁରୁଣା ମଠ। ଏହି ମଠ ହେଉଛି ଓଡ଼ିଶା ଐତିହ୍ୟର ମୂକସାକ୍ଷୀ। ପ୍ରାୟ ୯ ଶହ ବର୍ଷତଳେ ହିନ୍ଦୁ ଧର୍ମବିତ୍‌, ଦାର୍ଶନିକ,  ଶ୍ରୀବୈଷ୍ଣବ, ପରମ୍ପରାର ସର୍ବପ୍ରଧାନ ବାଖ୍ୟାକାର ରାମାନୁଜ ଯେତେବେଳେ ପୁରୀ ଆସିଥିଲେ ସେତେବେଳେ ସେ ଏହି ମଠ ପ୍ରତିଷ୍ଠା କରିଥିଲେ।

୧୧୪ ପୌରାଞ୍ଚଳରେ ଖୋଲିଲା ୱାର୍ଡ ଅଫିସ୍, ମୁଖ୍ୟମନ୍ତ୍ରୀ କଲେ ଉଦ୍‌ଘାଟନ

ସ୍ୱାୟତ୍ତ ଶାସନ ଦିବସରେ ୧୧୪ ପୌରାଞ୍ଚଳରେ ଖୋଲିଲା ୨୦୩୫ଟି ୱାର୍ଡ ଅଫିସ୍‌। ଏହି ଅଫିସ୍‌କୁ ଲୋକସେବା ଭବନରେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଏହି ୱାର୍ଡ ଅଫିସରେ ଲୋକେ ସେମାନଙ୍କ ଅଭିଯୋଗ ରଖି ପାରିବେ। ଏହାସହ ଜନ୍ମ, ମୃତ୍ୟୁ ପଞ୍ଜିକରଣ ସାର୍ଟିଫିକେଟ୍‌, ବିବାହ ପଞ୍ଜିକରଣ ମଧ୍ୟ ଏହି ୱାର୍ଡ ଅଫିସରେ ହୋଇପାରିବ।

ଭୁବନେଶ୍ୱରବାସୀଙ୍କ ପାଇଁ ଖୁସି ଖବର – ଛୋଟ ଘର ନିର୍ମାଣ ପାଇଁ ୪୮ ଘଣ୍ଟାରେ ମିଳିବ ବିଲ୍ଡିଂ ପ୍ଲାନ ଅନୁମୋଦନ

ଭୁବନେଶ୍ୱର ମହାନଗର ନିଗମ ଅଧିନରେ ବସବାସ କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ଯେଉଁମାନେ ଛୋଟ ଘର ନିର୍ମାଣ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ବିଲ୍ଡିଂ ପ୍ଲାନ ପାଇଁ ଅଧିକ ସମୟ ପ୍ରତୀକ୍ଷା କରିବାକୁ ପଡ଼ିବ ନାହିଁ। ଅନ୍‌ଲାଇନ୍‌ ଆବେଦନର ମାତ୍ର ୪୮ ଘଣ୍ଟାରେ ସେମାନଙ୍କୁ ବିଲ୍ଡିଂ ପ୍ଲାନ ଅନୁମତି ଦିଆଯିବ।

୩ ବରିଷ୍ଠ ଆଇପିଏସ୍‌ଙ୍କୁ ମିଳିଲା ଡିଜି ପାହ୍ୟା

ଓଡ଼ିଶା ସରକାର ଆଜି ୩ ଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ପଦୋନ୍ନତି କରିଛନ୍ତି। ଆଇପିଏସ୍‌ ସତ୍ୟଜିତ ମହାନ୍ତି, ମନୋଜ କୁମାର ଛାବ୍ରା ଏବଂ ସୁରେନ୍ଦ୍ର ପନୱାରଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି।

ବିଚିତ୍ର! ପୁରୀ ଜିଲ୍ଲା ପ୍ରଶାସନ କହିଲା – କଣ୍ଟେନର୍‌ରେ ରହିବେ ଏମାର ମଠ ମହନ୍ତ ମହାରାଜ

ପୁରୀର ପ୍ରାଚୀନ ଏମାର ମଠ ଭଙ୍ଗାଯିବାକୁ ନେଇ ଚାଲିଛି ଟଣାଓଟରା। ପୁରୀ ଜିଲ୍ଲା ପ୍ରଶାସନ ଏବଂ ମଠର ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କ ମଧ୍ୟରେ ବୁଝାମଣା ତୁଟୁନି। ଏଭଳି ଏକ ସ୍ଥିତିରେ ମହନ୍ତ ମହାରାଜଙ୍କୁ ତାଙ୍କ ଗାଦିରୁ ହଟାଇ କଣ୍ଟେନର୍‌ରେ ରଖାଯିବ ବୋଲି ପ୍ରଶାସନର ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି।

କଟିଲା ଏମାର ମଠକୁ ବିଜୁଳି ଓ ପାଣି, ଭିତରେ ମହନ୍ତ ମହାରାଜ

ପୁରୀ ଏମାର ମଠ ଭଙ୍ଗାକୁ ନେଇ ଚାଲିଥିବା ହାଇଡ୍ରାମା ପଞ୍ଚମ ଦିନରେ ପହଞ୍ଚିଛି। କୌଣସି ପରିସ୍ଥିତିରେ ମୂଳଗାଦି ଛାଡ଼ିବେ ନାହିଁ ବୋଲି ମହନ୍ତ ମହାରାଜ ଏକ ପ୍ରକାର ଶୁଣାଇ ଦେଇଛନ୍ତି। ଅନ୍ୟପକ୍ଷରେ ପୁରୀ ଜିଲ୍ଲା ପ୍ରଶାସନ ମଧ୍ୟ ସରକାରୀ ଷ୍ଟାଇଲରେ କାମ କରୁଛି। ଭିତରେ ମହନ୍ତ ଓ ତାଙ୍କ ପରିବାର ଥିଲାବେଳେ ମଠକୁ ବିଜୁଳି ଓ ପାଣି ସଂଯୋଗ କାଟି ଦିଆଯାଇଛି।

୨ରେ ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଆସନ୍ତା ୨ ତାରିଖରେ ଉତ୍ତରପୂର୍ବ ବଙ୍ଗୋପସାଗରରେରେ ଲଘୁଚାପ ସୃଷ୍ଟି ହେବ। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ।  ଏହା ପ୍ରଭାବରେ ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼ରେ ୪ରୁ ୫ ଦିନ ଧରି ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ।

ଦେଶରେ ଆର୍ଥିକ ମାନ୍ଦାବସ୍ଥା, ବିଜେପି ଉପରେ ବର୍ଷିଲେ ପ୍ରିୟଙ୍କା ଗାନ୍ଧୀ

୫ ବର୍ଷରେ ଦେଶର ଅଭିବୃଦ୍ଧି ହାର ସର୍ବନିମ୍ନ ସ୍ତରକୁ ଆସିବା ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଲେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ। ଟୁଇଟ କରି ପ୍ରିୟଙ୍କା ଗାନ୍ଧି ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି। ‘‘ଅଚ୍ଛେ ଦିନର ଡିଣ୍ଡିମ ପିଟୁଥିବା ବିଜେପି ସରକାରର ଅସଲ ରୂପ ସାମ୍ନାକୁ ଆସିଛି। ତାହା ଜିଡିପି ହ୍ରାସରୁ  ସ୍ପଷ୍ଟ ହୋଇଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଉଛି।, ବେକାରର ସଂଖ୍ୟା ବଢ଼ିଛି। ଦେଶର ଅର୍ଥ ବ୍ୟବସ୍ଥା ନଷ୍ଟ କରିବା ପଛରେ କାହାର ହାତ ବିଜେପି ସ୍ପଷ୍ଟ କରୁ‘‘, କହିଛନ୍ତି ପ୍ରିୟଙ୍କା ଗାନ୍ଧୀ।

ବିକଳ୍ପ ବ୍ୟବସ୍ଥା ନକରି ଉଚ୍ଛେଦ କରିବା ଠିକ୍‌ ହୋଇନାହିଁ : ଶଙ୍କରାଚାର୍ଯ୍ୟ

ଶ୍ରୀମନ୍ଦିର ସୁରକ୍ଷା ନେଇ ପୁରୀରେ ଚାଲିଥିବା ଉଚ୍ଛେଦର ଧାରାକୁ କଡ଼ା ସମାଲୋଚନା କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ମଠାଧୀଶ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀ। ବଳ ଓ ଛଳ ପୂର୍ବକ କୌଣସି ଉଚ୍ଛେଦ କାମ ନ କରି ଶାନ୍ତି ଓ ଆପୋଷ ବାତାବରଣ ଭିତରେ ଏଭଳି କାର୍ଯ୍ୟ ହେବା ଉଚିତ ବୋଲି ସେ କହିଛନ୍ତି।

Comment