ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଗାମୀ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଯିବେ। ନୂଆ କାର୍ଯ୍ୟକାଳରେ ମୋଦୀଙ୍କର ଏହା ପ୍ରଥମ ଆମେରିକା ଗସ୍ତ। ସେଠାରେ ମୋଦୀ ସଂଯୁକ୍ତ ରାଷ୍ଟ୍ର ମହାସଭାକୁ ସମ୍ବୋଧିତ କରିବେ। ଏହା ପୂର୍ବରୁ ମୋଦୀ ଆମେରିକାର ହଷ୍ଟନ ସହରରେ କ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି କାର୍ଯ୍ୟକ୍ରମ ମୋଦୀଙ୍କ ଉଦ୍ଦେଶ୍ୟରେ ଆୟୋଜିତ ହୋଇଛି।

ଏହି କାର୍ଯ୍ୟକ୍ରମକୁ ହାଓଡି ମୋଦୀ କାହିଁକି କୁହାଯାଉଛି ଆପଣ ଜାଣନ୍ତି କି?

ପ୍ରକୃତରେ ହାଓଡୀ ଶବ୍ଦ ଏକ ସର୍ଟ ଫର୍ମ ଭାବେ ବ୍ୟବହାର କରାଯାଇଛି। ଏହା ପୂରା ଅର୍ଥ ହେଲା ହାଉ ଡୁ ୟୁ ଡୁ(How do you do) ଅର୍ଥାତ ଆପରଣ କେମିତି ଅଛନ୍ତି? ଦକ୍ଷିଣ ଆମେରିକାରେ କୌଣସି ବ୍ୟକ୍ତିଙ୍କ ସ୍ୱାଗତ କରିବା ସମୟରେ ଏହାର ବ୍ୟବହାର କରାଯାଏ। ଏହି ଦୃଷ୍ଟିରୁ ମୋଦୀଙ୍କ ସ୍ୱାଗତ ପାଇଁ ଏହି କାର୍ଯ୍ୟକ୍ରମର  ନାଁ ହାଉଡି ମୋଦୀ ଦିଆଯାଇଛି।

ଏହି କାଯ୍ୟକ୍ରମରେ ୫୦ ହଜାରରୁ ଅଧିକ ପ୍ରବାସୀ ଭାରତୀୟ ଓ ଭାରତୀୟ ବଂଶୋଦ୍ଭବ ସାମିଲ ହେବେ। ଖାସ କଥା ଏହି କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଗ ଦେବେ।  ଏହି କାର୍ଯ୍ୟକ୍ରମ ଜରିଆରେ ଭାରତ ଓ ଆମେରିକା ସଂପର୍କଙ୍କ ଆହୁରି ମଜବୁତ ହେବ। ଦୁଇ ଦେଶର ସମ୍ପର୍କ, ସଂସ୍କୃତି ଓ ବାଣିଜ୍ୟକ କାରବାର ଉପରେ ମଧ୍ୟ ଆଲୋଚନା ହେବ।

Comment