ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱରେ ଏମିତି କିଛି ରାସ୍ତା ଅଛି ଯାହା ଅତ୍ୟନ୍ତ ବିପଦପୂର୍ଣ୍ଣ। ଯେଉଁ ରାସ୍ତାରେ ଚାଲିବାକୁ ଲୋକ ଡରନ୍ତି। ଆସନ୍ତୁ ସେମିତି କିଛି ରାସ୍ତା ବିଷୟରେ ଜାଣିବା।

 ଚୀନର ହୁସାନ୍ କ୍ଲିଫ୍ ସାଇଡ୍ ପାଥ୍ : ହୁସାନ୍ ୟେଲୋ ରିଭରର ଦକ୍ଷିଣ-ପଶ୍ଚିମ ଭାଗରେ ସାନସ୍କି ପ୍ରାନ୍ତରେ ଥିବା କ୍ୱିନ୍ ଲିଙ୍ଗ୍ସ୍ ପର୍ବତର ପୂର୍ବ ପଟୁ ଉତ୍ତର ପାର୍ଶ୍ୱକୁ ଯିବା ପାଇଁ ରହିଛି “ହୁଆ ସାନ୍ ୟୁ” ନାମକ ଏକ ଭୟାନକ ରାସ୍ତା। ଏହାଟି ପର୍ବତର ୧୬୧୪ ମିଟର ଉଚ୍ଚତାରେ ରହିଛି। ମଣିଷ ଗୋଟିଏ ଦଉଡ଼ି ତଥା ଲୁହା ସିଙ୍କୁଳି ଧରି ଏହି ଭୟାନକ ରାସ୍ତା ଉପରେ ଚାଲେ।

–   ଚୀନର ହୁନାନ୍ ପ୍ରାନ୍ତରେ ଥିବା ୟୁଏୟାଙ୍ଗ୍ ରେ ନିର୍ମିତ ହୋଇଛି ୩୦୦ ମିଟର ଉଚ୍ଚତାରେ ଏକ ରାସ୍ତା।

–  ସ୍ପେନ୍ ର ଦକ୍ଷିଣ ଭାଗରେ ରହିଛି “ଏଲ୍ କେମିନିଟୋ ଡେଲ୍ ରେ” ନାମକ ସର୍ବପୁରତନ ରାସ୍ତା। ଏହାକୁ “କିଙ୍ଗ୍ସ୍ ପାଥ୍ ଓ୍ୱେ” ନାମରେ ବି ନାମିତ। ୧୯୦୫ ମସିହାରେ ନିର୍ମିତ ଏହି ରାସ୍ତା ୧୧୦ ବର୍ଷ ପୁରୁଣା ଏହି ଭୟାନକ ରାସ୍ତାଟିକୁ ହାଇଡ୍ରୋଇଲେକ୍ଟ୍ରିକ୍ ପାଓ୍ବାର ପ୍ଲାଣ୍ଟ୍ ର କାମ କରୁଥିବା କର୍ମଚାରୀଙ୍କ ପାଇଁ ନିର୍ମାଣ କରାଯାଇଥିଲା। ତେବେ ୨ ଜଣ ଲୋକ ଏହି ଭୟାନକ ରାସ୍ତାରୁ ତଳେ ପଡ଼ି ମୃତ୍ୟୁ ହେବା ପରେ  ୨୦୦୦ ମସିହାରେ ଏହାକୁ ବନ୍ଦ କରିଦିଆଯାଇଥିଲା।

–  ଫ୍ରାନ୍ସ୍ ର ରୋଚ୍ ଓ୍ୱେୟରାଣ୍ଡ୍ ଅନ୍ୟ ଏକ ଭୟାନକ ପର୍ବତ ଉପର ରାସ୍ତା ଯାହା ଉପର ଦେଇ ଯିବା ସମସ୍ତ ପାଇଁ ସମ୍ବବ ନୁହେଁ।

Comment