ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଓପୋ ଆସନ୍ତା ଅକ୍ଟୋବର ୧୦ରେ ଲଞ୍ଚ କରିବ ‘ଓପୋ କେ୫’ ସ୍ମାର୍ଟଫୋନ। ଏହି ନୂଆ ଓପୋ ଫୋନ୍‌ରେ ୩ଡି ଗ୍ଲାସ ପ୍ରୋଟେକ୍ସନ ରହିଥିବା ବେଳେ କ୍ୱାଡ କ୍ୟାମେରା ସେଟ୍‌-ଅପ ଦିଆଯାଇଛି। ତେବେ ଲଞ୍ଚ ପୂର୍ବରୁ ‘ଓପୋ କେ୫’ ସ୍ମାର୍ଟଫୋନ ଫିଚର ବିଷୟରେ କମ୍ପାନି ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ।

ଆସନ୍ତା ଅକ୍ଟୋବର ୧୦ରେ ଚୀନ୍‌ରେ ଏହି ‘ଓପୋ କେ୫’ ସ୍ମାର୍ଟଫୋନକୁ ଲଞ୍ଚ କରାଯିବ। ଏନେଇ କମ୍ପାନି ପକ୍ଷରୁ ୱିବୋରେ ଅଫିସିଆଲ ପୋଷ୍ଟ କରି ସୂଚନା ଦିଆଯାଇଛି। ତେବେ କମ୍ପାନି ପକ୍ଷରୁ ଏକ ଟିଜର ମଧ୍ୟ ରିଲିଜ କରାଯାଇଛି। ଏହି ଦିନ ଚୀନ୍‌ରେ ଆଉ ଏକ ସ୍ମାର୍ଟଫୋନ ‘ଓପୋ ରେନୋ ଏସ୍‌’ ବି ଲଞ୍ଚ ହେବ।

ଟିଜର ମୂତାବିକ, ‘ଓପୋ କେ୫’ ସ୍ମାର୍ଟଫୋନରେ ୬୪ ମେଗାପିକ୍ସେଲର ପ୍ରାଇମେରୀ ସେନ୍ସର, ୮ ମେଗାପିକ୍ସେଲ ସେକେଣ୍ଡାରୀ ସେନ୍ସର ଏବଂ ଏକ ୱାଇଡ୍‌ ଏଙ୍ଗଲ ଲେନ୍ସ ଦିଆଯିବ। ତେବେ ଏହାର ୩ଟି କଲର ଭାରିଏଣ୍ଟ ରହିଛି। ଏଥିରେ ୩ଡି କ୍ୱାଡ ଗ୍ଲାସ ପ୍ରୋଟେକ୍ସନ ରହିଛି। ସୂଚନା ଅନୁଯାୟୀ ସେଲ୍ଫି ପାଇଁ ଏଥିରେ ୩୨ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି।

ରିପୋର୍ଟ ମୂତାବିକ, ଏହି ସ୍ମାର୍ଟଫୋନ୍‌ରେ ଆଣ୍ଡ୍ରଲଡ ୯ ପାଇଁ ଅପରେଟିଂ ସିଷ୍ଟମ ଦିଆଯିବ। ଆମୋଲେଡ୍‌ ସହିତ ୬.୪ ଇଞ୍ଚର ଫୁଲ ଏଚ୍‌ଡି ଡିସପ୍ଲେ ରହିବ। ଏଥିସହିତ ‘ଓପୋ କେ୫’ରେ କ୍ୱାଲକମ୍‌ ସ୍ନାପଡ୍ରାଗନ ଅକ୍ଟାକୋର ୭୩୦ଜି ପ୍ରୋସସର ,ବଂ ୩୯୨୦ ଏମ୍‌ଏଏଚ୍‌ ବ୍ୟାଟେରୀ ମିଳିପାରେ।

Comment