ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ‘କୁଲପ୍ୟାଡ୍‌’ ବୁଧବାର ଭାରତରେ ଲଞ୍ଚ କରିଛି ଏକ ନୂଆ ବଜେଟ୍‌ ସ୍ମାର୍ଟଫୋନ। ଯାହାର ମୂଲ୍ୟ ୭,୯୯୯ ଟଙ୍କା ରହିଛି। ଏହି ସ୍ମାର୍ଟଫୋନର ନାଁ ‘କୁଲ୍‌ପ୍ୟାଡ୍‌ କୁଲ୍‌ ୫’। ଏହି ବଜେଟ୍‌ ସ୍ମାର୍ଟଫୋନରେ ୬.୨ ଇଞ୍ଚ୍‌ର ଏଚ୍‌ଡି ପ୍ଲସ୍‌ ଡିସପ୍ଲେ ଦିଆଯାଇଛି। ଗ୍ରାହକ ଏହି ସ୍ମାର୍ଟଫୋନକୁ ଇ-କମର୍ସ ସାଇଟ୍‌ ଆମାଜନ୍‌ରୁ କିଣି ପାରିବେ।

‘କୁଲ୍‌ପ୍ୟାଡ୍‌ କୁଲ୍‌ ୫’ରେ ଟିୟରଡ୍ରପ୍‌ ନଚ୍‌ ଡିସପ୍ଲେ ରହିଛି। ଡିସ୍‌ପ୍ଲେରେ ୨.୫ଡି କ୍ୱାଡ୍‌ ଗ୍ଲାସ୍‌ ବ୍ୟବହାର କରାଯାଇଛି। ସେହିପରି ଏହି ସ୍ମାର୍ଟଫୋନ୍‌ରେ ମିଡିଆ ଟେକ୍‌ ଏମ୍‌ଟି ୬୭୬୨ ଅକ୍ଟାକୋର ପ୍ରୋସେସର ଦିଆଯାଇଛି।

‘କୁଲ୍‌ପ୍ୟାଡ୍‌ କୁଲ୍‌ ୫’ରେ ସ୍ମାର୍ଟଫୋନରେ ୪ଜିବି ରାମ୍‌ ରହିଛି। ସେହିପରି ଏଥିରେ ୬୪ ଜିବି ଇଣ୍ଟର୍ଣ୍ଣାଲ ଷ୍ଟୋରେଜ୍‌ ରହିଥିବା ବେଳେ ଏହାକୁ ମାଇକ୍ରୋ ଏସ୍‌ଡି କାର୍ଡ ଦ୍ୱାରା ବଢ଼ାଯାଇପାରିବ।

ଫଟୋଗ୍ରାଫି ପାଇଁ ‘କୁଲ୍‌ପ୍ୟାଡ୍‌ କୁଲ୍‌ ୫’ରେ ୧୩ ଏବଂ ୨ ମେଗାପିକ୍ସେଲର ଡୁଅଲ ରିୟର କ୍ୟାମେରା ଦିଆଯାଇଛି। ସେହିପରି ସେଲ୍ଫି ପାଇଁ ଏଥିରେ ୧୬ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି। ଗ୍ରାହକ ‘କୁଲ୍‌ପ୍ୟାଡ୍‌ କୁଲ୍‌ ୫’ ସ୍ମାର୍ଟଫୋନରେ ୪ ହଜାର ଏମ୍‌ଏଏଚ୍‌ର ବଡ଼ ବ୍ୟାଟେରୀ ପାଇବେ।

Comment