ଓଡ଼ିଶାଲାଇଭ ବ୍ୟୁରୋ

ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍‌(ଏସପିଜି)ର ସୁରକ୍ଷା ପାଉଥିବା ଲୋକଙ୍କ ପାଇଁ ନୂଆ ନିୟମ ଜାରି କରିଛନ୍ତି କେନ୍ଦ୍ର ସରକାର। ଏହି ନିୟମ ଦ୍ଵାରା ଏସପିଜି ସୁରକ୍ଷା ପାଉଥିବା ଲୋକ ଏଣିକି ବିଦେଶ ଗସ୍ତ କଲା ବେଳେ ତାଙ୍କ ସହ ଏସପିଜି ସୁରକ୍ଷାକର୍ମୀ ଉପସ୍ଥିତ ରହିବେ।

ଯଦି ଏସପିଜି ସୁରକ୍ଷା ପାଉଥିବା ବ୍ୟକ୍ତି ବିଦେଶ ଗସ୍ତ ବେଳେ ଏସପିଜି ସୁରକ୍ଷାକର୍ମୀଙ୍କୁ ସାଙ୍ଗରେ ନନିଅନ୍ତି ତେବେ ତାଙ୍କ ଗସ୍ତ ବାତିଲ କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବର୍ତ୍ତମାନ ସମୟରେ ନରେନ୍ଦ୍ର ମୋଦୀଙ୍କ ସମେତ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଏସପିଜି ସୁରକ୍ଷା ଦିଆଯାଇଛି। ତେବେ ଆଗକୁ ରାହୁଲ ଗାନ୍ଧୀଙ୍କ କଲୋମ୍ଵିଆ ଗସ୍ତ ପୂର୍ବରୁ ଏହି ନିୟମ ଜାରି କରାଯାଇଛି।

Comment