ଓଡ଼ିଶାଲାଇଭ୍ ବ୍ୟୁରୋ

ବିଦ୍ୟୁତ ଚୋରି କରୁଛନ୍ତି ନିଜେ ବିଦ୍ୟୁତ୍ କର୍ମଚାରୀ। ରାଜ୍ୟର କେଉଁ ଅପହଞ୍ଚ ଇଲାକାରେ ନୁହେଁ, ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏଭଳି ଘଟଣା। ଏହି କାରଣରୁ କର୍ମଚାରୀଙ୍କୁ ୪୫ ହଜାର ଫାଇନ୍ ଦେବାକୁ ପଡ଼ିଛି।

ଲୋକମାନଙ୍କ ଅଭିଯୋଗ ପରେ ସୋମବାର ପାଓ୍ୱାର ହାଉସ୍‌ କଲୋନିରେ ସେସୁ ଚଢ଼ାଉ କରିଥିଲା ଅତିରିକ୍ତ ଭିଜିଲାନ୍ସ ଅଫିସର ଓ ଏମଆରଟି ସ୍କ୍ୱାର୍ଡ। ଚଢ଼ାଉ କରିବା ପରେ କଲୋନିରେ ଦୁଇଜଣ ବିଦ୍ୟୁତ୍ ବିଭାଗର କର୍ମଚାରୀ ବିଦ୍ୟୁତ ଚୋରି କରୁଥିବା ନଜର ଆସିଥିଲା। ଦୁଇ ଜଣ ବିଦ୍ୟତ୍ ବିଭାଗର କର୍ମଚାରୀ ନିଜ ଘରେ ମିଟର ଟ୍ୟାମ୍ପରିଂ କରିଥିବା ଜଣାପଡ଼ିଥିଲା। ସେମାନେ ଦେଉଥିବା ବିଦ୍ୟୁତ ବିଲ୍‌ଠାରୁ ଅନିୟମିତ ଉପାୟରେ ଅଧିକ ବିଦ୍ୟୁତ ବ୍ୟବହାର କରୁଥିଲେ। ତେଣୁ ତାଙ୍କ ଉପରେ ୪୫ ହଜାର ୨୦୦ ଟଙ୍କାର ଫାଇନ୍ କରିଛି ସେସୁ।

ଚୋରି ସମ୍ପର୍କରେ ସୂଚନା ପାଇବା ପାଇଁ ସେସୁ ପକ୍ଷରୁ ଏକ ସ୍ୱତନ୍ତ୍ର ମୋବାଇଲ ନମ୍ବର ଜାରି କରାଯାଇଥିଲା। ଲୋକେମାନେ ଏହି ନମ୍ବରରେ ଫୋନ୍‌ କରି ଅଭିଯୋଗ କରିବା ପରେ ସେସୁ ପାଓ୍ୱାର ହାଉସ୍‌ କଲୋନିରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ବିଦ୍ୟୁତ ବିଭାଗ ୨୦ଟି କ୍ୱାଟର୍ସ ଉପରେ ଚଢ଼ାଉ କରିଥିଲା।

Comment