ଓଡ଼ିଶାଲାଇଭ୍ ବ୍ୟୁରୋ

ରୋଷେଇ କଲା ବେଳେ ରସୁଣ ଚୋପା ଛଡ଼ାଇବା କଷ୍ଟ ହୋଇଥାଏ। ଜାଣନ୍ତୁ କମ୍‌ ସମୟରେ କେମିତି ଛଡ଼ାଇବେ ରସୁଣ ଚୋପା।

ଗୋଟେ ପାତ୍ରରେ ପାଣି ଭର୍ତ୍ତି କରନ୍ତୁ। ଏଥିରେ ରସୁଣ କୋଲାକୁ ପକାନ୍ତୁ। ଗୋଟେ ଘଣ୍ଟା ପରେ ରସୁଣକୁ କାଢ଼ି ହାତରେ ଚିପି ଦେଲେ ସହଜରେ ରସୁଣରୁ ଚୋପା ଛାଡ଼ିଯିବ।

ଛୁରିରେ ରସୁଣ କୋଲାର ଉପରପଟୁ କାଟି ଦିଅନ୍ତୁ, ଏହାପରେ ସହଜରେ ରସୁଣ ଚୋପା ହାତରେ କାଢ଼ି ହେବ।

ରସୁଣ କୋଲାଗୁଡ଼ିକୁ ମାଇକ୍ରୋଓ୍ୱେଭ୍‌ରେ ୩୦ ସେକେଣ୍ଡ ପାଇଁ ରଖନ୍ତୁ। ୩୦ ସେକେଣ୍ଡ ପରେ ଏହାର ଚୋପା ନରମ ହୋଇ ବାହାରିଯିବ। ଯଦି ଆପଣଙ୍କ ପାଖରେ ମାଇକ୍ରୋଓ୍ୱେଭ୍‌ ନାହିଁ, ତେବେ ଆପଣ ତାଓ୍ୱା ବା କଡ଼େଇରେ ରସୁଣ କୋଲାକୁ ହାଲକା ଗରମ୍‌ କରି, ସହଜରେ ଚୋପା କାଢ଼ିପାରିବେ।

କୌଣସି ଏକ ଡବାରେ ରସୁଣ କୋଲାଗୁଡ଼ିକୁ ଭର୍ତ୍ତି କରି ଜୋର ଜୋର୍‌ରେ ୧ରୁ ୨ ମିନିଟ୍‌ ପାଇଁ ହଲାଇ ଦିଅନ୍ତୁ। ଏଭଳି କରିବା ଫଳରେ ଚୋପାଗୁଡ଼ିକ ଆପେ ଆପେ ବାହାରି ଆସେ। ଯାହା କିଛି ଚୋପା ଲାଗିକି ଥିବ, ତାକୁ ଆପଣ ସହଜରେ ଛଡ଼ାଇ ପାରିବେ।

Comment