ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନସ୍ଥିତ ଗୁରୁଦ୍ୱାରାରେ କର୍ତ୍ତାରପୁର ସାହେବ ଦର୍ଶନ ପାଇଁ ଭାରତ-ପାକିସ୍ତାନ ମଧ୍ୟରେ ଗୁରୁବାର ଦିନ ବୁଝାମଣା ଚୁକ୍ତି ସ୍ୱାକ୍ଷରିତ ହୋଇଛି। ନଭେମ୍ବର ୯ ତାରିଖରେ ଉଦ୍‌ଘାଟିତ ହେବାକୁ ଯାଉଥିବା କର୍ତ୍ତାରପୁର କରିଡର ବର୍ଷସାରା ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ରହିବ।

ତେବେ ଏଠାକୁ ଯିବାକୁ ହେଲେ କେତେକ ସର୍ତ୍ତବଳୀ ସହ ଅନଲାଇନ୍ ଜରିଆରେ ନାମ ପଞ୍ଜୀକରଣ କରିବାକୁ ପଡ଼ିବ।

କେମିତି କରିବେ ଅନ୍‌ଲାଇନ୍ ପଞ୍ଜୀକରଣ?

ଇଚ୍ଛୁକ ଶ୍ରଦ୍ଧାଳୁମାନେ କର୍ତ୍ତାରପୁର ସାହେବଙ୍କୁ ଦର୍ଶନ କରିବା ପାଇଁ  ଅନ୍‌ଲାଇନ୍‌ ଜରିଆରେ ନାମ ପଞ୍ଜୀକରଣ କରିବେ।

ଏଥିପାଇଁ ସେମାନଙ୍କୁ  prakashpurb550.mha.gov.in ୱେବସାଇଟରେ ଲଗଇନ କରି ନିଜର ସମସ୍ତ ବିବରଣୀ ଦେବାକୁ ପଡ଼ିବ।

ଏହାର ୩-୪ ଦିନ ପରେ ଇ-ମେଲ୍ ତଥା ଏସ୍‌ଏମ୍‌ଏସ୍‌ ଜରିଆରେ ଯାତ୍ରୀମାନେ ତୀର୍ଥଯାତ୍ରାର ସମସ୍ତ ଖବର ପାଇପାରିବେ।

କର୍ତ୍ତାରପୁର କରିଡରରେ  ସବୁ ଧର୍ମର ବ୍ୟକ୍ତି ଯାଇପାରିବେ। ତୀର୍ଥଯାତ୍ରୀମାନେ ବିନା କୌଣସି ଭିସାରେ ସେଠାକୁ ଯାତ୍ରା କରିପାରିବେ। ତେବେ ତୀର୍ଥଯାତ୍ରୀଙ୍କ ପାଖରେ ପାସ୍‌ପୋର୍ଟ ରହିବା ଆବଶ୍ୟକ ଯାହାକି ଉପଯୁକ୍ତ ତଥ୍ୟଯୁକ୍ତ  ଆଧାରିତ ହୋଇଥିବା ଆବଶ୍ୟକ।

କର୍ତ୍ତାରପୁର କରିଡର୍‌ ସକାଳୁ ସନ୍ଧ୍ୟା ଯାଏଁ ଖୋଲା ରହିବ। ସକାଳୁ ଯାଇଥିବା ତୀର୍ଥଯାତ୍ରାମାନଙ୍କୁ ସେହିଦିନ ହିଁ ଫେରିବାକୁ ହେବ। ବର୍ଷର କେତୋଟି ପ୍ରମୁଖ ଦିନକୁ ଛାଡ଼ିଦେଲେ ବାକିଦିନଗୁଡ଼ିକ କରିଡର୍ ଖୋଲା ରହିବ।

Comment