ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ବିଦ୍ୟୁତ୍‌ ଜମ୍‌ୱାଲ୍‌ଙ୍କ ଆକ୍ସନ ଫିଲ୍ମ କମାଣ୍ଡୋର ତୃତୀୟ ସିକ୍ୱେଲ୍ ‘କମାଣ୍ଡୋ-୩’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଗୁରୁବାର ଏହାର ଟ୍ରେଲର ରିଲିଜ ହୋଇଯାଇଛି। ୩ ମିନିଟ୍‌ର ଏହି ଟ୍ରେଲରରେ ପୁଣି ଥରେ ବିଦ୍ୟୁତ୍‌ ଜମ୍‌ୱାଲ୍‌ଙ୍କ ଆକ୍ସନ ଅବତାର ଦେଖିବାକୁ ମିଳିଛି।

ଟ୍ରେଲର ଅନୁଯାୟୀ, ଭାରତର ଏକ ଶତ୍ରୁ ବିଦେଶରେ ରହି ଦେଶର ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଛି। ଏହାକୁ ରୋକିବା ପାଇଁ ଭାରତରୁ ଏଜେଣ୍ଟ କରଣ ସିଂହ ଡୋଗ୍ରା ଅର୍ଥାତ୍‌ ବିତ୍ୟୁତ୍‌ଙ୍କୁ ପଠାଯାଇଛି। ଜବରଦସ୍ତ ଆକ୍ସନ ଏବଂ ଦେଶଭକ୍ତିକୁ ନେଇ ନିର୍ମିତ ଫିଲ୍ମ ‘କମାଣ୍ଡୋ-୩’ର ଟ୍ରେଲର ଦର୍ଶକମାନଙ୍କ ମନକୁ ବେଶ୍‌ ଛୁଇଁଛି।

‘କମାଣ୍ଡୋ-୩’ ଟ୍ରେଲରରେ ବିଦ୍ୟୁତ୍‌ ଜମ୍‌ୱାଲ୍‌ଙ୍କ ଡାଇଲୋଗ୍‌ ଦର୍ଶକଙ୍କୁ ବେଶ୍‌ ଉତ୍ସାହିତ କରିଛି। ଫିଲ୍ମରେ ବିଦ୍ୟୁତ୍‌ ଜମ୍‌ୱାଲ୍‌ଙ୍କ ବିପକ୍ଷରେ ଅଭିନେତ୍ରୀ ଅଦା ଶର୍ମା ନିଜର ଆସିଛନ୍ତି। ସେହିପରି ଅଭିନେତ୍ରୀ ଅଙ୍ଗିରା ଧର ମଲ୍ଲିକାଙ୍କୁ ଜଣେ ବ୍ରିଟିଶ ଏଜେଣ୍ଟ ଭୂମିକାରେ ଦେଖିବାକୁ ମିଳିବ। ‘କମାଣ୍ଡୋ-୩’ରେ ଖଳନାୟକ ଭୂମିକାରେ ଗୁଲସନ୍‌ ଦେଭାଇଆ।

ଆଦିତ୍ୟ ଦତ୍ତ ‘କମାଣ୍ଡୋ-୩’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଆସନ୍ତା ନଭେମ୍ବର ୨୯ରେ ଫିଲ୍ମ ବଡ଼ ପରଦାରେ ରିଲିଜ ହେବ। ବର୍ତ୍ତମାନ ‘କମାଣ୍ଡୋ-୩’ ଟ୍ରେଲରକୁ ୧୯ ମିଲିୟନ୍‌ ଲୋକ ଦେଖିସାରିଲେଣି। ୟୁଟ୍ୟୁବ୍‌ରେ ଏହା ଟ୍ରେଣ୍ଡିଂ ନମ୍ବର ୩ରେ ରହିଛି।

Comment