ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ଏକତା ଓ ଅଖଣ୍ଡତା କ୍ଷେତ୍ରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଥିଲା ଅତୁଳନୀୟ ଅବଦାନ। ସେ ଲୌହ ମାନବ ଭାବେ ବେଶ୍‌ ପରିଚିତ। ଆଜି ସେହି ମହାନ ବ୍ୟକ୍ତିଙ୍କ ଜନ୍ମଦିନ।

ଏହି ଦିନକୁ ମନେ ପକାଇ ଦେଶବ୍ୟାପୀ ଏକତା ପାଇଁ ଦୌଡ଼ ବା ରନ୍‌ ଫର ୟୁନିଟି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏନେଇ ଭୁବନେଶ୍ୱରରେ ଏକତା ଦୌଡ଼ କରାଯାଇଛି। ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଥିଲେ।

ଭୁବନେଶ୍ଵରସ୍ଥିତ ରେଳବାଇ ଷ୍ଟାଡିୟମ୍‌ରୁ ସକାଳ ୬ଟା ୩୦ରୁ ଗଣଦୌଡ଼ ଆରମ୍ଭ ହୋଇଥିଲା। ଏହି ଗଣ ଦୌଡ଼ରେ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବିଭିନ୍ନ ନେତା ମନ୍ତ୍ରୀ ଓ ବିଭିନ୍ନ ବର୍ଗ ବୟସର ଲୋକ ସାମିଲ ହୋଇଥିଲେ।

ଅନ୍ୟପଟେ ବାଲେଶ୍ୱର ଜିଲ୍ଲାରେ ବି ରନ୍‌ ଫର ୟୁନିଟି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ବାଲେଶ୍ୱରରେ ରନ୍‌ ଫର ୟୁନିଟି ଗଣଦୌଡ଼କୁ ଶୁଭାରମ୍ଭ କରିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଓ ବହୁ ସଂଖ୍ୟର ନେତା କର୍ମୀ ସାମିଲ ହୋଇଥିଲେ।

Comment