ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ତ୍ତାରପୁର କରିଡର ପ୍ରସଙ୍ଗରେ ପାକିସ୍ତାନ ପୁଣି ଥରେ ନିଜର କଥା ବଦଳାଇଛି। କିଛି ଦିନ ପୂର୍ବରୁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜେ କହିଥିଲେ ଯେ କର୍ତ୍ତାରପୁର ଆସିବାକୁ ଥିବା ଭାରତୀୟ ଶ୍ରଦ୍ଧାଳୁଙ୍କ ପାଇଁ ପାସପୋର୍ଟ ଆବଶ୍ୟକତା ନାହିଁ।

ହେଲେ ପାକ୍‌ ସେନା ଇମ୍ରାନଙ୍କ ଏହି କଥାକୁ ମିଛ ପ୍ରମାଣିତ କରିଛି। ପାକିସ୍ତାନ କର୍ତ୍ତାରପୁର ଆସିବାକୁ ଥିବା ଭାରତୀୟ ଶ୍ରଦ୍ଧାଳଙ୍କ ପାଇଁ ପାସପୋର୍ଟ ଜରୁରୀ ବୋଲି ସେନା ମୁଖପାତ୍ର ମେଜର ଜେନେରାଲ ଆସିଫ୍‌ ଗୁଫର ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ କର୍ତ୍ତାରପୁର କରିଡର ପାଇଁ ଶ୍ରଦ୍ଧାଳମାନେ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

Comment