ଶୀତଋତୁରେ ଥଣ୍ଡା ପବନ ବହିବା ଦ୍ୱାରା ତ୍ୱଚାରେ ଶୁଷ୍କତା ଦେଖାଯାଏ ଏବଂ ଧିରେ ଧିରେ ଫାଟିବାକୁ ଲାଗେ, କିନ୍ତୁ ଏମିତି କିଛି ଉପାୟ ରହିଛି, ଯାହାର ଉପଯୋଗରେ ଶୀତଦିନରେ ଆପଣ ତ୍ୱଚାରେ ଚମକ୍ ଆଣିପାରିବେ।

ଥଣ୍ଡା ଦିନେ ବାଦାମ ତେଲ ତ୍ୱଚା ପାଇଁ ଖୁବ୍ ଲାଭଦାୟକ ଅଟେ। କୋମଳ ତ୍ୱଚା ପାଇଁ ରାତିରେ ଶୋଇବା ପୂର୍ବରୁ ବାଦାମତେଲ ମାଲିସ୍ କରି ଶୁଅନ୍ତୁ।

ଗାଧୋଇବା ପରେ ନଡ଼ିଆ ତେଲ କିମ୍ବା ବଡିଲୋସନକୁ ତ୍ୱଚାରେ ଭଲ ଭାବେ ମାଲିସ କରନ୍ତୁ।

ମୁହଁ ଧୋଇବା ସମୟରେ ଅଧିକ ଥଣ୍ଡା କିମ୍ବା ଗରମ ପାଣି ବ୍ୟବହାର କରନ୍ତୁ ନାହିଁ।

ଓଠ ଫଟା ଓ ଶୁଖିଲା ତ୍ୱଚା ପାଇଁ ସବୁଦିନ ଶୋଇବା ପୂବର୍ରୁ ମଲେଇ, ଗୋଲାପ ଜଳ ଓ ଲେମ୍ବୁ ରସକୁ ଭଳ ଭାବେ ମିଶାଇ ମାଲିସ୍ କରନ୍ତୁ।

ଗ୍ଲିସେରିନ୍, ଗୋଲାପ ଜଳ ଓ ଲେମ୍ବୁ ରସର ମିଶ୍ରଣ ଚେହେରାରେ ଲଗାଇବା ଦ୍ୱାରା ତ୍ୱଚା କୋମଳ ଏବଂ ଗୋରା ଦେଖାଯାଏ।

Comment