ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆବର୍ଷରୁ ଟ୍ରେନ୍‌ରେ ମିଳୁଥିବା ଖାଇବା ଦର ବୃଦ୍ଧି ହେବ।

ଏଣିକି ଟ୍ରେନ୍‌ରେ ଯାତ୍ରୀଙ୍କ ପାଇଁ ମହଙ୍ଗା ହେବ ଖାଇବା। ଯାତ୍ରା କରିବା ସମୟରେ ଚା’ ଜଳଖିଆ ଖାଇବା ପାଇଁ ଯାତ୍ରୀଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ। ରାଜଧାନୀ ଏକ୍ସପ୍ରେସ୍‌, ଶତବ୍ଦୀ ଓ ଦୁରନ୍ତୋ ଭଳି ପ୍ରିମିୟର ଟ୍ରେନ୍‌ରେ ଯାତ୍ରା ସମୟରେ ଯାତ୍ରୀଙ୍କୁ ଅଧିକ ଟଙ୍କା ଦେବାକୁ ହେବ।

ଏହି ନୂଆ ଦର ୨୦୨୦ ଜାନୁଆରିରୁ ଲାଗୁ ହେବ। ଟ୍ରେନ୍‌ ବୁକିଂ ସମୟରେ ହିଁ ଯାତ୍ରୀମାନଙ୍କୁ ଏହି ଦର ଦେବାକୁ ହେବ। ଆସନ୍ତା ୧୫ ଦିନ ମଧ୍ୟରେ ପରିବର୍ତ୍ତିତ ଦରକୁ ଏହାର ଟିକେଟ୍‌ରେ ଫିଡ୍‌ କରାଯିବ ବୋଲି ଇଣ୍ଡିଆନ୍‌ ରେଲଓ୍ୱେୁ ବ୍ୟାଟେରିଂ ଆଣ୍ଡ ଟୁରିଜିମ୍‌ କର୍ପୋରେସନ୍‌ ପକ୍ଷରୁ ଜାରି କରାଯାଇଛି।

ରାଜଧାନୀ, ଶତବ୍ଦୀ ଓ ଦୁରନ୍ତୋ ଟ୍ରେନ୍‌ର ଦ୍ୱିତୀୟ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀ ଏକ କପ୍‌ ଚା’ର ଦାମ୍‌ ୧୦ଟଙ୍କା ବଦଳରେ ୨୦ ଟଙ୍କା ଏବଂ ସ୍ଲିପ୍‌ର କ୍ଲାସର ଯାତ୍ରୀଙ୍କ ପାଇଁ ୧୫ ଟଙ୍କା ରହିବ।

ସେହିପରି ଜଳଖିଆ ପାଇଁ ୭୫ ଟଙ୍କା ବଦଳରେ ୧୦୫ଟଙ୍କା ଦେବାକୁ ହେବ। ମଧ୍ୟାହ୍‌ଣ ଭୋଜନ, ରାତ୍ରୀ ଭୋଜନ ପାଇଁ ୧୨୫ ଯଙ୍କା ବଦଳରେ ୧୮୫ ଟଙ୍କା ଦେବାକୁ ହେବ। ଏହାସହ ସନ୍ଧ୍ୟା ସମୟ ଚା’ ପାଇଁ ୯୦ ଟଙ୍କା ଦେବାକୁ ହେବ।

ଅନ୍ୟପଟେ ପ୍ରଥମଶ୍ରେଣୀ ଏସି ଓ ଏକ୍‌ଜିକ୍ୟୁଟିଭ୍‌ ଶ୍ରେଣୀର ଯାତ୍ରୀଙ୍କୁ ଚା’ ପାଇଁ  ୨୯ ଯଙ୍କା ବଦଳରେ ୩୫ ଟଙ୍କା, ଜଳଖିଆ ପାଇଁ ୯୦ ଟଙ୍କା ବଦଳରେ ୧୪୦ ଟଙ୍କା ଓ ମଦ୍ୟାହ୍‌ଣ ଓ ରାତ୍ରୀ ଭୋଜନ ପାଇଁ ୨୪୫ ଟଙ୍କା ଦେବାକୁ ହେବ।

Comment