ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଉପରେ ଦରଦାମ ନିୟନ୍ତ୍ରଣ ବାହାରେ ରହିଛି। ଡାଲି, ତେଲ ଓ ପିଆଜରେ ଅହେତୁକ ଦର ବୃଦ୍ଧି ହୋଇଥିବା ବିଧାନସଭାର ବୁଧବାର ସ୍ୱୀକାର କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

‘‘ଦରଦାମ ବୃଦ୍ଧି କେବଳ ରାଜ୍ୟରେ ନୁହେଁ ଏହା ଏକ ଜାତୀୟ ସମସ୍ୟା। ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ତେଣୁ ଅନ୍ୟ ରାଜ୍ୟର ଦର ବୃଦ୍ଧି ଫଳରେ ଓଡ଼ିଶାରେ ମଧ୍ୟ ଦର ବୃଦ୍ଧି ପାଉଛି‘‘, କହିଛନ୍ତି ମନ୍ତ୍ରୀ।

ଦର ନିୟନ୍ତ୍ରଣ ପାଇଁ ସରକାର ଅନେକ ପ୍ରଦକ୍ଷେପ ନେଇଛନ୍ତି। ସରକାର ବ୍ୟବସାୟୀଙ୍କ ସହ ବୈଠକ କରି ଦର ନିୟନ୍ତ୍ରଣ ଉପରେ ନଜର ରଖିଛନ୍ତି। ଏଥିସହ କଳାବଜାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।

ସେହିପରି ଆଳୁ ପିଆଜ ପାଇଁ ଷ୍ଟୋରେଜ ଅର୍ଡର ହୋଇଛି। କେନ୍ଦ୍ର ସହ ଏ ସମ୍ପର୍କରେ ସମନ୍ୱୟ ରଖି ୧୦୦କୋଟିର ଏକ ପାଣ୍ଠି ଗଠନ ହୋଇଛି ଏବଂ ସୁଲଭ ଦରରେ ପିଆଜ ବିକ୍ରି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ସେ କହିଛନ୍ତି।

Comment