ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋଟିଏ ପଟରେ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ସରକାର ଲୋକଙ୍କୁ ସଚେତନ କରୁଥିବା ବେଳେ ଅନ୍ୟପଟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହାର ବଢ଼ିବାରେ ଲାଗିଛି। ସଡ଼କ ଦୁର୍ଘଟଣାରେ ୪ ବର୍ଷ ମଧ୍ୟରେ ୧୮ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୃହରେ ତଥ୍ୟ ଉପସ୍ଥାପନ କରିଛନ୍ତି।

ରାଜ୍ୟରେ ସଡ଼କ ଦୁର୍ଘଟଣା ନେଇ ପ୍ରଶ୍ନ ଉଠିଥିଲା। ଏହାର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, “ଗତ ୪ବର୍ଷ ମଧ୍ୟରେ ରାଜ୍ୟରେ ୧୮ ହଜାର ୬୮୩ ଲୋକଙ୍କ ମୃତ୍ୟୁ ହୋଇଛି। ୨୦୧୬ରେ ୧୦ ହଜାର ୫୩୨ଟି ଦୁର୍ଘଟଣାରେ ୪,୭୯୦ ଲୋକ ପ୍ରାଣ ହରାଇଛନ୍ତି। ୨୦୧୭ରେ ୧୦ ହଜାର ୮୫୫ଟି ଦୁର୍ଘଟଣାରେ ୪,୭୯୦ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ୨୦୧୮ରେ ୧୧ ହଜାର ୨୬୨ଟି ଦୁର୍ଘଟଣାରୁ ୫,୩୧୫ ଜଣ ପ୍ରାଣ ହରାଇଛନ୍ତି। ୨୦୧୯ ସେପ୍ଟେମ୍ଵର ଯାଏଁ ୮ ହଜାର ୨୦୩ଟି ଦୁର୍ଘଟଣା ହୋଇଥିବା ବେଳେ ଏଥିରେ ୪,୧୧୫ ଲୋକଙ୍କ ମୃତ୍ୟୁ ହୋଇଛି।”

ଦିନକୁ ଦିନ ରାସ୍ତାରେ ଯାନବାହନ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାସ୍ତାରେ ସଡ଼କ ଦୁର୍ଘଟଣା ହାର ମଧ୍ୟ ସମାନ ଅନୁପାତରେ ବଢ଼ିବାରେ ଲାଗିଛି।

Comment