ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ। ଶହ ଶହ ନକ୍ସଲ ମେଳି ବାନ୍ଧି ୯ଟି ଗାଡ଼ିରେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ୪ଟି ଟ୍ରାକ୍ଟର, ଗୋଟିଏ ଜେସିବି ସମେତ ବାଇକ୍‌ ଓ ଟିପରରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଗାଡ଼ିଗୁଡ଼ିକ ପାଉଁଶ ହୋଇଯାଇଛି।

ସାନଡୋଙ୍ଗର-ମଡୋନାର ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମାଓବାଦୀମାନେ ଏଭଳି ଲଙ୍କାକାଣ୍ଡ କରିଥିବା ଜଣାପଡ଼ିଛି। ମାଓବାଦୀମାନେ ନିର୍ମାଣ କାମ ବନ୍ଦ କରିବାକୁ ଚେତାବନୀ ଦେଇଥିଲେ। ହେଲେ ନିର୍ମାଣ କାର୍ଯ୍ୟ ବନ୍ଦ ନହେବାରୁ ସେମାନେ ଏଭଳି କାଣ୍ଡ କରିଛନ୍ତି।

କିରନ୍ଦୁଲ ଥାନା ଅଞ୍ଚଳରେ ମଧ୍ୟ ନକ୍ସଲମାନେ ଗାଡ଼ି ପୋଡ଼ିଛନ୍ତି। ଜାତୀୟ ଖଣିଜ ବିକାଶ ନିଗମ କୋଠାରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ମାଓବାଦୀଙ୍କ ଏହି ଲଙ୍କାକାଣ୍ଡରେ ସାଧାରଣ ଲୋକେ ଭୟଭୀତ ହୋଇ ଯାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କୋମ୍ବିଂ ଅପରେସନ ଜାରି ରହିଛି।

Comment