ଓଡ଼ିଶାଲାଇଭ୍‌ ବ୍ୟୁରୋ

ସବୁ ବାପା, ମା’ ପିଲାଙ୍କ ଉନ୍ନତ ଭବିଷ୍ୟତ ପାଇଁ ଚିନ୍ତିତ ଥା’ନ୍ତି। ନିଜ ପିଲାଙ୍କୁ ବୁଦ୍ଧିମାନ କରିବା ପାଇଁ ମଧ୍ୟ ଚେଷ୍ଟା କରନ୍ତି। ଅଧିକାଂଶ ପିତାମାତା ପିଲାଙ୍କ ଉନ୍ନତ ଭବିଷ୍ୟତ ପାଇଁ ତାଙ୍କ ପାଠପଢ଼ା ଉପରେ ବିଶେଷ ଗୁରୁତ୍ୱ ଦେଇଥାନ୍ତି। ହେଲେ କେବଳ ପାଠ ଉପରେ ଗୁରୁତ୍ୱ ଦେଲେ  ପିଲାମାନେ ବୁଦ୍ଧିମାନ ହୋଇନଥାନ୍ତି।

ପିଲାଙ୍କୁ ମାନସିକ ଭାବେ ସୁଦୃଢ଼ ଓ ବୁଦ୍ଧିମାନ କରିବା ପାଇଁ ଆପଣ କିଛି ଟିପ୍ସ ଆପଣେଇ ପାରିବେ।

୧- ପିଲାଙ୍କୁ ବୁଦ୍ଧିମାନ କରିବା ପାଇଁ ଆପଣ ସେମାନଙ୍କ ସହ କଥା ହୁଅନ୍ତୁ। ପିଲାଙ୍କ ସହ କଥା ହେଲେ ସେମାନଙ୍କ ମଧ୍ୟରେ ଆତ୍ମ ବିଶ୍ୱାସ ବଢ଼ିଥାଏ। ସେମାନଙ୍କର ଭାଷା ଜ୍ଞାନ ବୃଦ୍ଧି ହୋଇଥାଏ।

୨- ପିଲାଙ୍କୁ ଏକ ଭଲ ପରିବେଶ ଦିଅନ୍ତୁ। ଘରେ ମଧ୍ୟ ପରିବେଶ ପଜେଟିଭ ରଖନ୍ତୁ।

୩- ବୟସ ହିସାବରେ ପିଲାଙ୍କୁ ଖେଳନା ଦିଅନ୍ତୁ। କାରଣ ଖେଳନା ପିଲାଙ୍କ ମାନସିକ ଉପରେ ଗଭୀର ପ୍ରଭାବ ପକାଇଥାଏ। ପିଲାଙ୍କୁ ସବୁବେଳେ କିଛି ଏମିତି ଖେଳନା ଦିଅନ୍ତୁ ଯେଉଁଥିରୁ ସେମାନେ କିଛି ଶିଖିବେ।

୪- ପିଲା ସ୍କୁଲ ନଯାଇଥିଲେ ମଧ୍ୟ ତାକୁ ଘରେ ପାଠ ପଢ଼ାଇବାକୁ ଚେଷ୍ଟା କରନ୍ତୁ। ଘରେ ତାକୁ ଅତି ସାଧାରଣ କଥା ସବୁ ଶିଖାନ୍ତୁ।

ଏମିତି କରିବା ଦ୍ୱାରା ମାନସିକ ବିକାଶ ହେବା ସହ ସେମାନେ ବୁଦ୍ଧିମାନ ହୋଇଥାନ୍ତି।

Comment