ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଧ୍ୟପ୍ରଦେଶର ବହୁଚର୍ଚ୍ଚିତ ବ୍ୟାପମ ଦୁର୍ନୀତି ମାମଲାର ରାୟ ପ୍ରକାଶ କରିଛନ୍ତି ସ୍ଵତନ୍ତ୍ର ସିବିଆଇ କୋର୍ଟ। ଏଥିରେ ଦୋଷୀ ସାବ୍ୟସ୍ତ ୩୧ ଜଣଙ୍କୁ ଜେଲ ଦଣ୍ଡାଦେଶ ହୋଇଛି। ୩୧ ଜଣଙ୍କ ମଧ୍ୟରୁ ଜଣଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡ ହୋଇଥିବା ବେଳେ ବାକି ୩୦ ଜଣଙ୍କୁ ୭ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ହୋଇଛି।

ମଧ୍ୟପ୍ରଦେଶ ବ୍ୟବସାୟିକ ପରୀକ୍ଷା ମଣ୍ଡଳ(ବ୍ୟାପମ) ଦ୍ୱାରା ୨୦୧୩ରେ କନଷ୍ଟେବଲ୍‌ ପରୀକ୍ଷା ହୋଇଥିଲା। ଏହି ପରୀକ୍ଷାରେ ଦୁର୍ନୀତି ହୋଇଥିଲା। ପରେ ୨୦୧୬ରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ଏହାର ତଦନ୍ତ କରି ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କୁ କ୍ଲିନଚିଟ୍‌ ଦେଇଥିଲା।

Comment