ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସଭାରେ ଏକ ଅଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା। ତୃଣମୂଳ କଂଗ୍ରେସର ସଦସ୍ୟ ପ୍ରତିମା ମଣ୍ଡଳ ପ୍ରଶ୍ନ କାଳ ସମୟରେ ସ୍ୱାତୀ ମାଳିବାଲଙ୍କ ଅନଶନ ପ୍ରସଙ୍ଗ ଉଠାଇବା ପାଇଁ ଚାହୁଁଥିଲେ। ତେବେ ବାଚସ୍ପତି ତାଙ୍କୁ କହିବା ପାଇଁ ସୁଯୋଗ ନଦେବାରୁ ସେ କାନ୍ଦି ପକେଇଥିଲେ। ମଣ୍ଡଳ ୧୫ ମିନିଟ ପର୍ଯ୍ୟନ୍ତ ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଏହି ପ୍ରସଙ୍ଗ ଉପରେ କହିବା ପାଇଁ ସମୟ ମାଗିଥିଲେ ଅଥଚ ତାଙ୍କୁ ସୁଯୋଗ ମିଳିଲା ନାହିଁ।

ଦିଲ୍ଲୀ ମହିଳା କମିସନର ଅଧ୍ୟକ୍ଷା ସ୍ୱାତୀ ମାଳିବାଲ ଆଜିକୁ ଦଶ ଦିନ ଧରି ଅନଶନରେ ବସିଛନ୍ତି। ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ଦାବିରେ ସ୍ୱାତୀ ଅନଶନରେ ବସିଛନ୍ତି। ଏହି ପ୍ରସଙ୍ଗ ଆଜି ସଂସଦରେ ଅନ୍ୟ ସଦସ୍ୟମାନେ ମଧ୍ୟ ଉଠାଇଥିଲେ।

Comment