ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ୍‌ ମ୍ୟାଚ୍‌ ହେଲେ ଏହା ଉପରେ ନଜର ଥାଏ ସାରା ବିଶ୍ୱର। ତେବେ ଭାରତ-ପାକିସ୍ତାନ ମଧ୍ୟରେ ଡ୍ୟାନ୍ସ ବ୍ୟାଟେଲ୍‌ ଆଣି ଆସୁଛି ଅପ୍‌କମିଂ ବଲିଉଡ୍‌ ଫିଲ୍ମ ‘ଷ୍ଟ୍ରୀଟ୍‌ ଡ୍ୟାନ୍ସର ଥ୍ରୀଡି’।

ଅଭିନେତା ବରୁଣ ଧାୱନ୍‌ ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଅଭିନୀତ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଷ୍ଟ୍ରୀଟ୍‌ ଡ୍ୟାନ୍ସର ଥ୍ରୀଡି’ର ଟ୍ରେଲର ରିଲିଜ ହୋଇଯାଇଛି। ବୁଧବାର ରିଲିଜ ହୋଇଥିବା ଏହି ଟ୍ରେଲରକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ରିଲିଜ ହେବାର ୨ଘଣ୍ଟା ମଧ୍ୟରେ ପ୍ରାୟ ୨୫ ଲକ୍ଷ ଲୋକ ଏହି ଟ୍ରେଲରକୁ ଦେଖି ସାରିଲେଣି।

ଜବରଦସ୍ତ ଡ୍ୟାନ୍ସ ସହ ଭାରତ-ପାକିସ୍ତାନ ମଧ୍ୟରେ ଥିବା ପ୍ରତିଯୋଗିତାକୁ ଡ୍ୟାନ୍ସ ମାଧ୍ୟମରେ ଦର୍ଶକ ଦେଖିବାକୁ ପାଇବେ। ପୁଣି ମଝିରେ ରହିଛି ସସ୍‌ପେନ୍ସ ଆଉ ଟୁଇଷ୍ଟ। ଯାହା ଫଳରେ ଦର୍ଶକ ଟ୍ରେଲର ଦେଖି ଫିଲ୍ମ ରିଲିଜ୍‌ ଡେଟ୍‌କୁ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି। ଆସନ୍ତା ଜାନୁଆରି ୨୪ ତାରିଖରେ ଫିଲ୍ମ ବଡ଼ ପରଦାରେ ରିଲିଜ ହେବ।

ଦେଖନ୍ତୁ ଟ୍ରେଲର

‘ଷ୍ଟ୍ରୀଟ୍‌ ଡ୍ୟାନ୍ସର ଥ୍ରୀଡି’ ଫିଲ୍ମରେ ବୁରୁଣ, ଶ୍ରଦ୍ଧାଙ୍କ ବ୍ୟତୀତ ଡ୍ୟାନ୍ସ ମାଷ୍ଟର ପ୍ରଭୁଦେବାଙ୍କୁ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଡ୍ୟାନ୍ସର ରାଘବ, ଧର୍ମେଶ୍‌, ଅଭିନେତ୍ରୀ ନୋର ଫତେଙ୍କୁ ଦେଖିବାକୁ ମିଳିବ। ଫିଲ୍ମଟି ଟି-ସିରିଜ ବ୍ୟାନରରେ ନିର୍ମାଣ ହୋଇଥିବା ବେଳେ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ଡ୍ୟାନ୍ସ ମାଷ୍ଟର ରେମୋ ଡିସୋଜା।

Comment