ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛୋଟପିଲାଙ୍କୁ ପ୍ରତିଦିନ ମାଲିସ କରିବା ବହୁତ ଜରୁରୀ ହୋଇଥାଏ। ପ୍ରତିଦିନ ମାଲିସ କରିବା ଦ୍ୱାରା ଏହା ପିଲାଙ୍କ ବିକାଶରେ ସାହାଯ୍ୟ କରିଥାଏ। ମାଲିସ ଦ୍ୱାରା ପିଲାମାନେ ଖୁସି ମଧ୍ୟ ରହିଥାନ୍ତି। ଏଥିପାଇଁ ପ୍ରତ୍ୟେକ ମା’ ତାଙ୍କ ପିଲାଙ୍କୁ ମାଲିସ କରିବା ନିହାତି ଜରୁରୀ।

ଆସନ୍ତୁ ଜାଣିବା ପିଲାଙ୍କୁ ମାଲିସ କରିବା ଦ୍ୱାରା କ’ଣ ଫାଇଦା ମିଳିଥାଏ?

ପ୍ରତିଦିନ ପିଲାଙ୍କୁ ମାଲିସ କରିବା ଦ୍ୱାରା ଶିଶୁଙ୍କ ପାଚନତନ୍ତ୍ର ମଜବୁତ ହୋଇଥାଏ।

ଯଦି ଆପଣଙ୍କ ଶିଶୁ ଚିଡ଼ିଚିଡ଼ା ସ୍ୱଭାବର ହୋଇଥାଏ ତେବେ ମାଲିସ କରିବା ଦ୍ୱାରା ଏହି ସ୍ୱଭାବରେ ପରବର୍ତ୍ତନ ଆସିବ। କାରଣ ପିଲାଙ୍କୁ ଶାନ୍ତ କରିବା ପାଇଁ ମାଲିସ୍‌ ଏକ ଭଲ ବିକଳ୍ପ।

କେବଳ ଏତିକି ନୁହେଁ ଓଜନ ବୃଦ୍ଧି କରିବାରେ ମଧ୍ୟ ମାଲିସ ସାହାଯ୍ୟ କରିଥାଏ। ଶିଶୁଙ୍କୁ ମାଲିସ କରିବା ଦ୍ୱାରା ଶିଶୁ ସୁସ୍ଥ ଓ ସବଳ ହୋଇଥାଏ। ଫଳରେ ଓଜନ ବୃଦ୍ଧି ଘଟିଥାଏ। ଏଥିସହିତ ଶିଶୁଙ୍କ ହାଡ଼ ମଧ୍ୟ ଶକ୍ତ ହୋଇଥାଏ।

Comment