ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶୁକ୍ରବାର ସେ ତାଙ୍କର ଟୁଇଟର ଆକାଉଣ୍ଟରେ ଏକ ଫଟୋ ସେଆର କରି ଏହାର ସୂଚନା ଦେଇଛନ୍ତି।

ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନକୁ ଯାଇଥିଲେ। ସେଠାରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବା ସହ ତାଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇଛନ୍ତି।

ଏହାସହ ବିଭିନ୍ନ ବିଷୟ ଉପରେ ତାଙ୍କର ରାଷ୍ଟ୍ରପତିଙ୍କ ସହ ଆଲୋଚନା ହୋଇଛି ବୋଲି ଟୁଇଟରରେ ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ତାଙ୍କର ଟୁଇଟର ଆକାଉଣ୍ଟରେ ରାଷ୍ଟ୍ରପତିଙ୍କ ସହ ହାତ ମିଶାଉଥିବା ବେଳର ଏହି ଫଟୋକୁ ସେ ସେଆର କରିଛନ୍ତି।

Comment