ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍କଳ ବିଶ୍ଵବିଦ୍ୟାଳୟରେ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର୍‌ ଏବଂ ଆସିଷ୍ଟାଣ୍ଟ ପ୍ରଫେସର୍‌ ପଦବୀରେ ରହିଛି ନିଯୁକ୍ତି ସୁଯୋଗ। ଇଚ୍ଛୁକ ପ୍ରାର୍ଥୀମାନେ ମାର୍ଚ୍ଚ ୪ ତାରିଖ ଯାଏଁ ଆବେଦନ କରିପାରିବେ।

ପଦବୀ ସଂଖ୍ୟା:

  • ପ୍ରଫେସର- ୩୦ଟି ପଦବୀ
  • ଆସୋସିଏଟ୍‌ ପ୍ରଫେସର୍‌- ୪୨ଟି ପଦବୀ
  • ଆସିଷ୍ଟାଣ୍ଟ ପ୍ରଫେସର୍‌- ୪୬ ପଦବୀ

ଶିକ୍ଷାଗତ ଯୋଗ୍ୟତା:

  • ପ୍ରଫେସର- ନିଜ ବିଷୟରେ ପିଏଚ୍‌ଡି ଡିଗ୍ରୀ ଲାଭ କରିଥିବେ। ଉପରୋକ୍ତ ଯେକୌଣସି ପଦବୀରେ ଅତିକମ୍‌ରେ ୧୦ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ଆସୋସିଏଟ୍‌ ପ୍ରଫେସର୍‌- ନିଜ ବିଷୟରେ ପିଏଚ୍‌ଡି ଡିଗ୍ରୀ ଲାଭ କରିବା ସହ ୫୫% ସହ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ ଆସୋସିଏଟ୍‌ ଆସିଷ୍ଟାଣ୍ଟ ପ୍ରଫେସର୍‌ ପଦବୀରେ ଅତିକମ୍‌ରେ ୮ ବର୍ଷ ଅଭିଜ୍ଞତା ଥିବା ଆବଶ୍ୟକ।
  • ଆସିଷ୍ଟାଣ୍ଟ ପ୍ରଫେସର୍‌- ନିଜ ବିଷୟରେ ୫୫% ସହ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ। ଏନ୍‌ଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ।

ବୟସ ସୀମା– ବ୍ୟକ୍ତିଙ୍କ ବୟସ ୬୦ ବର୍ଷରୁ କମ୍‌ ହୋଇଥିବା ଦରକାର

ଆବେଦନ ପ୍ରକ୍ରିୟା:

ଆବେଦନକାରୀମାନେ ଆବେଦନ ପତ୍ର ପୂରଣ କରି ସମସ୍ତ ଦରକାରୀ କାଗଜପତ୍ର ସହ ନିମ୍ନଲିଖିତ ଠିକଣାକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଡାକ ମାଧ୍ୟମରେ ପଠାଇଦେବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଠିକଣା- ରେଜିଷ୍ଟ୍ରର୍‌, ଉତ୍କଳ ବିଶ୍ଵବିଦ୍ୟାଳୟ, ବାଣୀ ବିହାର, ଭୁବନେଶ୍ଵର-୭୫୧୦୦୪

ଆବେଦନ ଶୁଳ୍କ:

  • ସାଧାରଣବର୍ଗଙ୍କ ପାଇଁ- ୨୦୦୦ ଟଙ୍କା
  • ଏସ୍‌ସି/ଏସ୍‌ଟି/ମହିଳା – ୧୦୦୦ ଟଙ୍କା
  • ବିଦେଶୀ ପ୍ରାର୍ଥୀ- ୭୧୫୦ ଟଙ୍କା
  • ଭିନ୍ନକ୍ଷମଙ୍କ ପାଇଁ କୌଣସି ଶୁଳ୍କ ଲାଗୁ ହେବ ନାହିଁ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବାପାଇଁ utkaluniversity.nic.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comment