ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେଉଛି। ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାକୁ ଯାଉଛନ୍ତି ସେମାନେ କେତୋଟି କଥା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍।

  • ପରୀକ୍ଷା କେନ୍ଦ୍ରକୁ ଅଧ ଘଣ୍ଟା ପୂର୍ବରୁ ଯିବାକୁ ଚେଷ୍ଟା କରନ୍ତୁ।
  • ପରୀକ୍ଷା ପାଇଁ ଘରୁ ବାହାରିବା ପୂର୍ବରୁ ସାଥିରେ କଲମ, ଆଡମିଟ୍ କାର୍ଡ ଆଦି ମନେପକାଇ ନିଅନ୍ତୁ।
  • ଅଧିକାଂଶ ସମୟରେ ପିଲାମାନେ କେଉଁ ଦିନ କେଉଁ ପରୀକ୍ଷା ଦେବେ ତା’କୁ ନେଇ ନିଶ୍ଚିତ ନଥାନ୍ତି, ତେଣୁ ପରୀକ୍ଷା ସୂଚୀ ପ୍ରତି ଧ୍ୟାନ ଦିଅନ୍ତୁ।
  • ପରୀକ୍ଷା କେନ୍ଦ୍ରକୁ କୌଣସି ପ୍ରକାର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ସାଥିରେ ନେଇ ଯାଆନ୍ତୁ ନାହିଁ।
  • ଯଦି ଆପଣଙ୍କ ପରୀକ୍ଷା କେନ୍ଦ୍ରକୁ କୌଣସି ଯାଞ୍ଚ ପାଇଁ କିଏ ଆସନ୍ତି ତେବେ ତାଙ୍କୁ ଦେଖି ବିଚଳିତ ହୁଅନ୍ତୁ ନାହିଁ।
  • ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ନିଜର ସମସ୍ତ କାର୍ଯ୍ୟ ସାରିଦିଅନ୍ତୁ ଏବଂ ମୁଣ୍ଡ ଶାନ୍ତ କରି ପରୀକ୍ଷା ହଲରେ ପ୍ରବେଶ କରନ୍ତୁ।
  • ଉତ୍ତର ଖାତାରେ ନିଜର ରୋଲ୍ ନଂକୁ ଠିକ୍ କରି ଲେଖନ୍ତୁ। ଏହାକୁ ଦୁଇଥର ଯାଞ୍ଚ କରନ୍ତୁ।
  • ପ୍ରଶ୍ନପତ୍ର ପାଇବା ପରେ ପ୍ରଶ୍ନକୁ ପଢ଼ିସାରିବା ପରେ ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ। ଯଦି କୌଣସି ପ୍ରଶ୍ନର ଉତ୍ତର ଆସୁନାହିଁ ତେବେ ତାକୁ ଛାଡ଼ି ଆଗାମୀ ପ୍ରଶ୍ନରେ ଧ୍ୟାନ ଦିଅନ୍ତୁ।
  • ଶେଷରେ ସବୁ ପ୍ରଶ୍ନର ଉତ୍ତର ଦେବା ପରେ ପୁଣିଥରେ ଉତ୍ତର ଖାତା ଯାଞ୍ଚ କରିନିଅନ୍ତୁ।
  • ପରୀକ୍ଷା ହଲରେ ଥିବା ଶିକ୍ଷକଙ୍କୁ ଖାତା ଦେବା ପରେ ହିଁ ପରୀକ୍ଷା ହଲରୁ ଆସନ୍ତୁ।

Comment