ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିରକ୍ଷା ମନ୍ତ୍ରାଳୟ (ମିନିଷ୍ଟ୍ରୀ ଅଫ୍‌ ଡିଫେନ୍ସ)ରେ କନ୍‌ସଲଟାଣ୍ଟ୍‌ (ଟ୍ରାନ୍ସ୍‌ଲେଟର୍‌) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ହିଁ ଆବେଦନ କରିପାରିବେ। ଏହି ପଦବୀ ପାଇଁ ପ୍ରାର୍ଥୀମାନେ ମାର୍ଚ୍ଚ ୧୧ ଯାଏଁ ଆବେଦନ କରିପାରିବେ।

ଯୋଗ୍ୟତା:

ଯେକୌଣସି ସରକାରୀ ସଂସ୍ଥାରୁ ଜୁନିୟର୍‌ ଟ୍ରାନ୍ସଲେସନ୍‌ ଅଫିସର୍‌, ସିନିୟର୍‌ ଟ୍ରାନ୍ସଲେସନ୍‌ ଅଫିସର୍‌, ଆସିଷ୍ଟାଣ୍ଟ ଡାଇରେକ୍ଟର, ଡେପୁଟି ଡାଇରେକ୍ଟର ତଥା ଜଏଣ୍ଟ ଡାଇରେକ୍ଟର ହିସାବରେ ଅବସର ନେଇଥିବେ।

ବୟସ ସୀମା–  ପ୍ରାର୍ଥୀଙ୍କ ବୟସ ୬୫ ବର୍ଷରୁ କମ୍‌ ବୟସ ହୋଇଥିବ।

ଦରମା– ୩୫,୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଏବଂ ଅଭିଜ୍ଞତା ସାର୍ଟିଫିକେସ୍‌ ସହ ନିମ୍ନଲିଖିତ ଠିକଣାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିଯିବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଠିକଣା: ଅଣ୍ଡର ସେକ୍ରେଟାରୀ (ଜିପି. ୨), ରୁମ୍‌ ନଂ- ୩୨୦, ‘ବି’ ଓ୍ଵିଙ୍ଗ, ସେନା ଭବନ, ନୂଆ ଦିଲ୍ଲୀ

Comment