ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ବିଶ୍ୱ ସହିତ ଏବେ ଭାରତବାସୀଙ୍କୁ କରୋନା ଚିନ୍ତା ଘାରିବାରେ ଲାଗିଛି। ଯେଉଁ କାରଣରୁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଜନତା କର୍ଫ୍ୟୁ ପାଳନ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲା ଓ ସହରରେ ତାଲା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି।

ଗତ ଗୁରୁବାର ପ୍ରଧାନମନ୍ତ୍ରୀ ସାରା ଦେଶବାସୀଙ୍କୁ ଜନତା କର୍ଫ୍ୟୁ ପାଳନ କରିବାକୁ ଅନୁରୋଧ କରିଥିଲେ। ତେଣୁ ଆଜି ସାରା ଦେଶରେ ଲୋକମାନେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ କରୁଛନ୍ତି।ସେହିପରି ଶନିବାର ମୁଖ୍ୟମନ୍ତ୍ରୀ ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହର ପାଇଁ ମାର୍ଚ୍ଚ ୨୨ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ତାଲା ବନ୍ଦର ନିର୍ଦ୍ଦେଶ ଦେଇଛନ୍ତି। କରୋନା କବଳରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ ନବୀନ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଆଜିଠୁ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବନ୍ଦର ଅନୁଭବ ପାଇବେ। କେବଳ ନିତ୍ୟବ୍ୟବହାର୍ଯ୍ୟ ଦୋକାନକୁ ଛାଡ଼ି ରାଜ୍ୟର ସମସ୍ତ ଦୋକାନ ଏସମୟରେ ବନ୍ଦ ରହିବ ବୋଲି କୁହାଯାଇଛି।

Comment