ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ଝିଅମାନେ ନିଜ ଚେହେରା ଅଧିକ ଯତ୍ନ ନେଇଥାନ୍ତି। ପୁରୁଷମାନେ ନିଜ ଚେହେରା ସେତେଟା ଯତ୍ନ ନେଇ ନଥାନ୍ତି। ଜାଣି ରଖିବା ଉଚିତ ପୁଅମାନେ ବି ଚେହେରାର ଯତ୍ନ ନେବା ଜରୁରୀ। ତେବେ ଆସନ୍ତୁ ଜାଣିବା କିଛି ସହଜ ଟିପ୍ସ ଯାହାଦ୍ୱାରା ପୁଅମାନେ ବି ନିଜ ତ୍ୱଚାର ଯତ୍ନ ନେଇପାରିବେ।

ମୁଲତାନୀ ମାଟି

ଆପଣ ଦେଖିଥିବେ ଝିଅମାନେ ମୁଲତାନୀ ମାଟିର ଅଧିକ ବ୍ୟବହାର କରିଥାନ୍ତି। କିନ୍ତୁ ପୁରୁଷମାନେ ବି ଏହାର ବ୍ୟବହାର କରିପାରିବେ।  ଗୋଲାପ ଜଳରେ ଚନ୍ଦନ ପାଉଡର ଓ ମୁଲତାନି ମାଟି ମିଶାଇ ଏହାକୁ ଫେସପ୍ୟାକ ଭାବେ ବ୍ୟବହାର କରିପାରିବେ। ଯାହାଦ୍ୱାରା ପୁଅମାନଙ୍କ ଚେହେରାରେ ବି ଚମକ ଆସିବ।

ଲେମ୍ବୁ-ଟମାଟୋର ପ୍ରୟୋଗ

ଯଦି ଖର ବା ଧୂଳି ପାଇଁ ଆପଣଙ୍କ ଚେହେରାରେ ଟ୍ୟାନ ପଡ଼ିଯାଇଛି ତେବେ ଆପଣ ଲେମ୍ବୁ ଓ ଟମାଟୋର ବ୍ୟବହାର କରିପାରିବେ। ଏଥିପାଇଁ ଲେମ୍ବ ରସ ଓ ଟମାଟୋ ରସର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ଚେହେରାରେ ଲଗାଇ ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଦେଖିବେ ଫରକ ନିଶ୍ଚୟ ଅନୁଭବ କରିବେ।

ହଳଦୀ

ତ୍ୱଚାକୁ ଉଜ୍ଜ୍ୱଳ କରିବାରେ ହଳଦୀ ବେଶ ସହାୟକ ହୋଇଥାଏ। ଏଥସହିତ ଏହା ତ୍ୱଚାକୁ ବ୍ୟାକ୍ଟେରିଆ ମୁକ୍ତ ମଧ୍ୟ କରିଥାଏ।

କଞ୍ଚା କ୍ଷୀର

ତ୍ୱଚାକୁ କୋମଳ ରଖିବାକୁ ଚାହୁଁଥିଲେ ପୁଅମାନେ କଞ୍ଚା କ୍ଷୀର ବ୍ୟବହାର କରିପାରିବେ। ରାତିରେ ଶୋଇବା ପୂର୍ବରୁ ଆପଣ ଚେହେରାରେ କ୍ଷୀର ଲଗାଇ ପାରିବେ।

LEAVE A REPLY

Please enter your comment!
Please enter your name here