ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଏମିତି ଏକ ବ୍ରିଜ୍ ଅଛି ଯାହାକୁ ଆଜି ପର୍ଯ୍ୟନ୍ତ ଉଦଘାଟନ୍ କରାଯାଇନି। କିନ୍ତୁ ଏହା ଉପରେ ବର୍ତ୍ତମାନ ଗୋଟିଏ ଦିନରେ ଲକ୍ଷ ଲକ୍ଷ ଲୋକ ଯିବା ଆସିବା କରିଥାନ୍ତି। ତାହା ହେଉଛି କୋଲକାତାର ହାୱଡା ବ୍ରିଜ।

କୋଲକାତାରେ ଥିବା ହାୱଡା ବ୍ରିଜକୁ ଆଜି ପର୍ଯ୍ୟନ୍ତ କେହି ବି ଉଦଘାଟନ କରିନାହାନ୍ତି। ଯାହାକି ସମସ୍ତଙ୍କ ପାଇଁ ଏକ ଆଶ୍ଚର୍ଯ୍ୟର କଥା। ହାୱଡା ବ୍ରିଜର ଏହି କଥାଟିକୁ ବହୁତ କମ୍ ଲୋକ ବୋଧେ ଜାଣିଥିବେ।

୧୯୩୬ ମସିହାରେ ଏହି ବ୍ରିଜର କାମ ଆରମ୍ଭ ହୋଇ ୧୯୪୨ରେ ଶେଷ ହୋଇଥିଲା। ପରେ ଏହାକୁ ୧୯୪୩ ମସିହା ଫେବ୍ରୁଆରୀ ୩ ତାରିଖରେ ସାଧାରଣ ଲୋକଙ୍କ ପାଇଁ ଖୋଲି ଦିଆଯାଇଥିଲା। ଏହା ପୂର୍ବରୁ ବ୍ରିଜକୁ ଆନୁଷ୍ଠାନିକ ଭାବେ ଉଦଘାଟନ୍ କରାଯାଇନଥିଲା। ଯାହାକି ବର୍ତ୍ତମାନ ସୁଦ୍ଧା ହୋଇନାହିଁ।

ଏହି ବ୍ରିଜର ନିର୍ମାଣ କରିବା ପାଇଁ ୨୬ ହଜାର ୫୦୦ ଟନ ଷ୍ଟିଲର ବ୍ୟବହାର କରାଯାଇଛି। କୋଲକାତାର ହୁଗୁଳୀ ନଦୀ ଉପରେ ନିର୍ମିତ ଏହି ସେତୁ ତାର ସ୍ୱତନ୍ତ୍ର ନିର୍ମାଣ ପାଇଁ ଏକ ଖାସ୍ ପରିଚୟ ହାସଲ କରିପାରିଛି।

Comment