ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ସମଗ୍ର ବିଶ୍ୱରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ବଢି ବଢ଼ି ଚାଲିଛି। ସୋମବାର ଦିନ କରୋନା ଭୂତାଣୁ ଦ୍ୱାରା ସାରା ବିଶ୍ଵରେ ୩୬ ଲକ୍ଷ ଆକ୍ରାନ୍ତ ହୋଇଥିଲେ। ସେହିଭଳି ମୃତକଙ୍କ ସଂଖ୍ୟା ଅଢେଇ ଲକ୍ଷ ଟପିଥିବା ଜଣାପଡିଛି।

ଗତ କିଛି ଦିନ ଧରି ଆମେରିକାରେ ଦୈନିକ ମୃତ୍ୟୁ ପରିମାଣ ବଢ଼ି ଚାଲିଥିବା ବେଳେ ଏବେ ଏହା ଅଳ୍ପ କମିଛି। ତେବେ ଆମେରିକାରେ ମୃତକଙ୍କ ସଂଖ୍ୟା ପାଖାପାଖି ୭୦ ହଜାର ହୋଇଛି। ଉଲ୍ଲେଖ କରାଯାଇପାରେ ଯେ ଚୀନରୁ ବାହାରିଥିବା କରୋନା ଭାଇରସ ଏପର୍ଯ୍ୟନ୍ତ ସବୁଠାରୁ ବେଶି କ୍ଷତି ସାଧନ କରିଛି ଆମେରିକାର।

ଆମେରିକାରେ ୧୨ ଲକ୍ଷରୁ ଅଧିକ ଲୋକ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ୱାର୍ଲଡ଼- ଓ -ମିଟରର ତଥ୍ୟ ଅନୁସାରେ ନ୍ୟୁୟର୍କ ଓ ନ୍ୟୁଜର୍ସି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।

ଏଣେ ଭାରତରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ସୋମବାର ଦିନ ଅଢେଇ ହଜାରରୁ ଅଧିକ ଲୋକ ପଜିଟିଭ୍‌ ବାହାରିଛନ୍ତି। ଭାରତରେ ମୃତକଙ୍କ ସଂଖ୍ୟା ୧,୩୮୯ରେ ପହଞ୍ଚିଛି।

Comment