ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ରୋକିବାକୁ ନରବଳି ଦେଲେ ମନ୍ଦିର ପୂଜକ। କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ମାଆ ବ୍ରାହ୍ମଣୀ ଦେଇ ମନ୍ଦିରରେ ଘଟିଛି ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ।

କରୋନାକୁ ରୋକିବା ପାଇଁ ମନ୍ଦିରର ପୂଜକ ସଂସାରୀ ଓଝାକୁ ସ୍ୱପ୍ନାଦେଶ ହୋଇଥିଲା। ସେଥିପାଇଁ ସେ ଗାଁର ଜଣେ ୫୨ ବର୍ଷୀୟ ବ୍ୟକ୍ତି ଶରତ ପ୍ରଧାନଙ୍କୁ ମୁଣ୍ଡକାଟି ହତ୍ୟା କରିଛନ୍ତି। ହତ୍ୟା କରିବା ପରେ ସେ ନିଜେ ପୋଲିସ ପାଖକୁ ଯାଇ ନିଜର ଦୋଷ ସ୍ୱୀକାର କରିବା ସହିତ ଆତ୍ମସମର୍ପଣ କରିଛନ୍ତି।

ବର୍ତ୍ତମାନ ସେଠାରେ ପୋଲିସ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ଏଥିସହ ପୂରା ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି। ସ୍ୱପ୍ନାଦେଶ କିମ୍ବା ଅନ୍ଧବିଶ୍ୱାସ କାରଣରୁ ଏହି ହତ୍ୟା ହୋଇଛି ନା ଏହା ପଛରେ ଆଉ କିଛି କାରଣ ଅଛି ସେ ନେଇ ପୋଲିସ୍ ଏବେ ତଦନ୍ତ ଆରମ୍ଭ କରିଛି।

Comment