ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବ ଲଦାଖର ଗାଲବାନ ଘାଟିରେ ଭାରତ-ଚୀନ ଯବାନ ମୁହାଁମୁହିଁ ହେବା ଫଳରେ ଭାରତର ୨୦ ଜଣ ଯବାନ ସହିଦ ହୋଇଛନ୍ତି। ଏଥିମଧ୍ୟରୁ ଜଣେ ହେଉଛନ୍ତି ତେଲେଙ୍ଗାନାର କର୍ଣ୍ଣେଲ୍ ସନ୍ତୋଷ ବାବୁ। ଗତ ସୋମବାର ରାତିରେ ତାଙ୍କ ସହିଦ ହେବା ଖବର ପାଇଥିଲେ ଘରଲୋକେ। ସହଜରେ ବିଶ୍ୱାସ କରିପାରିଲେନି ବାପା, ମା’।

ସନ୍ତୋଷ ବାବୁଙ୍କ ବାପା ନାମ ବି.ଉପେନ୍ଦ୍ର ଏବଂ ମା ମଞ୍ଜୁଲା। ବାପା ଜଣେ ଅବସପପ୍ରାପ୍ତ ବ୍ୟାଙ୍କର। ଭାରତୀୟ ସୈନ୍ୟବାହିନୀରେ କାମ କରିବାର ତାଙ୍କର ଅଧୁରା ଆଶାକୁ ପୁଅ ସନ୍ତୋଷ ପୂରା କରିଥିଲେ। ହେଲେ ତାଙ୍କ ସହିଦ ହେବା ଖବର ଉଭୟଙ୍କୁ ଏକ ଗଭୀର କ୍ଷତ ଦେଇଯାଇଛି।

ପ୍ରଥମେ ଏହି ଖବର ଉପରେ ତାଙ୍କର ବିଶ୍ୱାସ ହେଉନଥିଲା କିନ୍ତୁ ଉଚ୍ଚ ଅଧିକାରୀଙ୍କଠାରୁ ସେ ବିଷୟରେ ନିଶ୍ଚିତ ହେଲେ। ସନ୍ତୋଷଙ୍କ ମା’ ତାଙ୍କ ଶେଷ ଫୋନକଲକୁ ମନେପକାଇ ଝୁରିହେଉଛନ୍ତି। ଶେଷଥର ସେ ସନ୍ତୋଷଙ୍କ ସହ ରବିବାର ଦିନ ରାତିରେ କଥା ହୋଇଥିଲେ। ସେହି ସମୟରେ ସନ୍ତୋଷ ବାବୁ ବର୍ଡରରେ ଚାଲିଥିବା ଉତ୍ତେଜନା ନେଇ ଚିନ୍ତିତ ଲାଗୁଥିଲେ ଏବଂ ଏହି ବିଷୟରେ ଅଧିକ କିଛି ଜଣାଇବା ଉଚିତ ମନେ କଲେନାହିଁ।

saheed colonel santosh babu-4

ସନ୍ତୋଷଙ୍କ ମା’ କହିଛନ୍ତି ଯେ “ମୁଁ ଏକାସାଙ୍ଗେ ଦୁଃଖିତ ଏବଂ ଗର୍ବିତ ମଧ୍ୟ। ମୋ ପୁଅ ଦେଶ ପାଇଁ ନିଜ ଜୀବନ ହାରିଛି। କିନ୍ତୁ ଗୋଟିଏ ମା’ ହିସାବରେ ମୁଁ ଅତ୍ୟନ୍ତ ଦୁଖିତଃ, ସେ ମୋର ଗୋଟିଏ ବୋଲି ପୁଅ ଥିଲା।”

ସୂଚନା ଅନୁଯାୟୀ ସନ୍ତୋଷ ବାବୁଙ୍କର ହାଇଦ୍ରାବାଦକୁ ଟ୍ରାନ୍ସଫର୍ ହେବାର ଥିଲା କିନ୍ତୁ ଲକଡାଉନ ଯୋଗୁଁ ସେଥିରେ ବିଳମ୍ବ ହେଉଥିଲା। ୨୦୦୪ରେ ସେ ଭାରତୀୟ ସେନାରେ ଯୋଗ ଦେଇଥିଲା। ତାଙ୍କର ପ୍ରଥମ ପୋଷ୍ଟିଂ ଜାମ୍ମୁ କାଶ୍ମୀରରେ ହୋଇଥିଲା ବୋଲି ତାଙ୍କ ବାପା କହିଥିଲେ। ସନ୍ତୋଷଙ୍କ ସ୍ତ୍ରୀ, ଝିଅ ଏବଂ ପୁଅ ଦିଲ୍ଲୀରେ ଥିବାର ସୂଚନା ମିଳିଛି।

Comment